Categories: ଜାତୀୟ

ମୋଦିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨ା୪: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁମ୍ବାଇ ଶାଖାକୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି। ମେଲ୍‌ ପଠାଇଥିବା ବ୍ୟକ୍ତିଙ୍କ ପାଖରେ ୨୦ କିଲୋଗ୍ରାମ ଆର୍‌ଡିଏକ୍ସ ରହିଥିବା ସେ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଲକ୍ଷାଧିକ ଲୋକଙ୍କୁ ହତ୍ୟା କରିବା ପାଇଁ ସେ ପ୍ରସ୍ତୁତ ଥିବା ମେଲ୍‌ରେ ଉଲ୍ଲେଖ କରିଛନ୍ତି। ଅଜଣା ବ୍ୟକ୍ତି ଜଣଙ୍କ କେତେଜଣ ଆତଙ୍କବାଦୀଙ୍କୁ ଭେଟିଥିଲେ। ସେମାନେ ତାଙ୍କୁ ଆର୍‌ଡିଏକ୍ସ ଯୋଗାଇଦେବେ। ଖୁବ୍‌ ସହଜରେ ବୋମା ପାଇଯିବେ ଓ ବିଭିନ୍ନ ସ୍ଥାନରେ ବିସ୍ଫୋରଣ ପାଇଁ ଯୋଜନା ହୋଇଛି। ୨୦ ସ୍ଲିପର ସେଲ୍‌ ସକ୍ରିୟ ହୋଇ ଲକ୍ଷାଧିକ ଲୋକଙ୍କୁ ହତ୍ୟା କରିବେ ବୋଲି ଧମକପୂର୍ଣ୍ଣ ମେଲ୍‌ରେ ଉଲ୍ଲେଖ ରହିଛି। ମେଲ୍‌ ପଠାଇଥିବା ବ୍ୟକ୍ତିଙ୍କୁ ଠାବ କରିବା ଲାଗି ଏନ୍‌ଆଇଏ ଏବଂ ଗୋଇନ୍ଦା ସଂସ୍ଥା ଉଦ୍ୟମ ଚଳାଇଛନ୍ତି।

Share