ନିର୍ବାଚନରୁ ଓହରିବା ପାଇଁ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା ଧମକ

ଦେବଗଡ଼,୧୪ା୨(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଝରାକଣ୍ଢଳ ପଞ୍ଚାୟତର ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଜଣେ ପ୍ରତିନ୍ଦ୍ୱନ୍ଦୀ ପ୍ରାର୍ଥତ୍ନୀଙ୍କ ସ୍ବାମୀ ନିର୍ବାଚନରୁ ଓହରି ଯିବାକୁ ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି।

ବାରକୋଟ ଥାନା ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ ଖୁଲୁଣ୍ଡିକୁଦର ଗ୍ରାମର ଲକ୍ଷ୍ମଣ ଚନ୍ଦ୍ର କିଷାନ(୫୦) ନାମକ ଜଣେ ବ୍ୟକ୍ତି ଝରାକଣ୍ଢଳ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି। ଲକ୍ଷ୍ମଣ ଝରାକଣ୍ଢଳ ଗ୍ରାମରୁ ଘରକୁ ଫେରୁଥିବା ବେଳେ ସମସୁଦପୁର ଛକ ନିକଟରେ ତାଙ୍କୁ ୪ରୁ ୫ଜଣ ଲୋକ ଅଟକାଇଥିଲେ। ସେହିପରି ଉକ୍ତ ପଞ୍ଚାୟତର ଜଣେ ପ୍ରତିନ୍ଦ୍ୱନ୍ଦ୍ୱୀ ସରପଞ୍ଚ ପ୍ରାର୍ଥୀଙ୍କ ସ୍ବାମୀ କୁଆଡେ ଲକ୍ଷ୍ମଣଙ୍କ ମୁଣ୍ଡରେ ଏକ ପିସ୍ତଲ ଦେଖାଇ ଗାଳିଗୁଲଜ କରିବା ସହ ନିର୍ବାଚନରୁ ଓହରି ଯିବାକୁ ଧମକ ଦେଇଥିଲେ। ଏନେଇ ଲକ୍ଷ୍ମଣ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।