Categories: ଜାତୀୟ

ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ନେଇ ଯୋଗୀ ସରକାରଙ୍କୁ ଧମକ: ତୁମେ ଓଲଟାଅ କାର୍‌ ଆମେ ଓଲଟାଇବୁୁ ସରକାର

ଲକ୍ଷ୍ନୌ, ୧୪।୭: ଉତ୍ତରପ୍ରଦେଶରେ ଗ୍ୟାଙ୍ଗ୍‌ଷ୍ଟର ବିକାଶ ଦୁବେଙ୍କ ଏନ୍‌କାଉଣ୍ଟର ପରେ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଏକ ଗୋଷ୍ଠୀ ଧମକ ଦେବାରେ ଲାଗିଛନ୍ତି। ରାଜ୍ୟରେ ଏବେ ବ୍ରାହ୍ମଣ କାର୍ଡ ନେଇ ରାଜନୀତି ଆରମ୍ଭ ହୋଇଛି। ସୋସିଆଲ ମିଡ଼ିଆରେ ଏକ ଗୋଷ୍ଠୀ ବିକାଶଙ୍କୁ ‘ବ୍ରାହ୍ମଣ ଟାଇଗର’ ବୋଲି କୁହାଯାଇଛି। ଏହା ସହିତ ଏହି ଗୋଷ୍ଠୀ କହିଛି ଯେ, ତୁମେ ଓଲଟାଅ କାର୍‌ ଆମେ ଓଲଟାଇବୁୁ ସରକାର। ଏସବୁ ଧମକ ଯୋଗୀ ସରକାରଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି। ବିକାଶଙ୍କ ଏନ୍‌କାଉଣ୍ଟରକୁ ଜାତୀୟସ୍ତରର ରାଜନୈତିକ ରୂପ ଦିଆଯିବାର ଉଦ୍ୟମ ହେଉଥିବା କେତେକ କହିଛନ୍ତି। ସୋସିଆଲ୍‌ ମିଡ଼ିଆରେ ଜଣେ ୟୁଜର ଲେଖିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ସମୟରେ ଶ୍ରୀପ୍ରକାଶ ଶୁକ୍ଳାଙ୍କ ଏନ୍‌କାଉଣ୍ଟର କରାଯାଇଥିଲା। ଏହାପରେ ସେ ଆଉ ମୁଖ୍ୟମନ୍ତ୍ରୀ ହୋଇ ପାରି ନ ଥିଲେ। ରାଜ୍ୟ ରାଜନୀତିରେ ଜାରି ରହିଥିବା ବ୍ରାହ୍ମଣ କାର୍ଡରୁ କଂଗ୍ରେସ ଫାଇଦା ନେବାକୁ ବସିଥିବା ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହେଉଛି।

Share