Posted inଜାତୀୟ

ଭାରତରେ ହମାସ ଭଳି ଆକ୍ରମଣ ଧମକ, ପଞ୍ଜାବ ଛାଡିବାକୁ କହିଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ…

ନୂଆଦିଲ୍ଲୀ,୧୦।୧୦ : ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁଙ୍କର ଏକ ନୂଆ ଭିଡିଓ ଅନଲାଇନରେ ପ୍ରକାଶ ପାଇଛି, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରୁ ଶିକ୍ଷା ଗ୍ରହଣ କରିବାକୁ ଧମକ ଦେଇଛନ୍ତି, ଯାହାଫଳରେ ଭାରତରେ ଏହିପରି ଆକ୍ରମଣ ଘଟିବ ନାହିଁ। ଆମେରିକାର ନିଷିଦ୍ଧ ଶିଖ ଫର ଜଷ୍ଟିସ (ଏସଏଫଜେ) ସଂଗଠନର ମୁଖ୍ୟ ପନ୍ନୁ କହିଛନ୍ତି ପଞ୍ଜାବରୁ ପାଲେଷ୍ଟାଇନ ପର୍ଯ୍ୟନ୍ତ ବେଆଇନ ଦଖଲର ଲୋକମାନେ ପ୍ରତିକ୍ରିୟା ପ୍ରକାଶ କରିବେ ଏବଂ ହିଂସା ସୃଷ୍ଟି କରିବେ।

ଖାଲିସ୍ତାନୀ ଆତଙ୍କବାଦୀ ପନ୍ନୁ ଆହୁରି କହିଛନ୍ତି ଯଦି ଭାରତ ପଞ୍ଜାବ ଉପରେ ନିଜର ଦଖଲ ଜାରି ରଖେ, ତେବେ ସେଠାରେ ପ୍ରତିକ୍ରିୟା ହେବ ଏବଂ ଭାରତ ଏବଂ ପିଏମ ମୋଦି ଏଥିପାଇଁ ଦାୟୀ ରହିବେ। ସେ କହିଛନ୍ତି ଏସଏଫଜେ ମତଦାନ ଏବଂ ଭୋଟ ଉପରେ ବିଶ୍ୱାସ କରେ ଏବଂ ପଞ୍ଜାବର ମୁକ୍ତି ନିଶ୍ଚିତ ହେବ। କ୍ୟାମେରା ଆଡକୁ ସୂଚାଇ ପନ୍ନୁ ଭିଡିଓରେ କହିଛନ୍ତି, ଭାରତ, ଏହା ତୁମର ପସନ୍ଦ। ବୁଲେଟ କିମ୍ବା ବାଲାଟ। ଗୁଜରାଟର ଅହମ୍ମଦାବାଦରେ ଅନୁଷ୍ଠିତ ଭାରତ-ପାକିସ୍ଥାନ ଆଇସିସି ବିଶ୍ୱକପ ୨୦୨୩ ମ୍ୟାଚ ପୂର୍ବରୁ ଧମକ ଦେବା ତଥା ଶତ୍ରୁତା ବୃଦ୍ଧି ଅଭିଯୋଗରେ ତାଙ୍କ ବିରୋଧରେ ପ୍ରଥମ ସୂଚନା ରିପୋର୍ଟ ଦାଖଲ ହେବାର କିଛି ଦିନ ପରେ ପନ୍ନୁଙ୍କ ନୂତନ ବାର୍ତ୍ତା ଆସିଛି।

ଅହମ୍ମଦାବାଦ ସାଇବର କ୍ରାଇମ ଡିସିପି ଅଜିତ ରାଜିଆନ କହିଛନ୍ତି ତାଙ୍କର ପୂର୍ବ ରେକର୍ଡ ହୋଇଥିବା ଧମକପୂର୍ଣ୍ଣ ବାର୍ତ୍ତା ଅନେକ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପଠାଯାଇଛି। ବାର୍ତ୍ତାରେ ଏହା ମଧ୍ୟ କୁହାଯାଇଛି କାନାଡାରେ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ଘଟଣାର ପ୍ରତିଶୋଧ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ବଢ଼ିଲା ରାଜନୈତିକ ହଲଚଲ: ଶାହାବୁଦ୍ଦିନଙ୍କ ପୁଅ ଓସାମା RJDରେ ସାମିଲ, କ୍ରିକେଟର ଈଶାନଙ୍କ ବାପା ଧରିଲେ ‘ନୀତୀଶ’ଙ୍କ ହାତ

ପାଟନା,୨୭।୧୦: ରାଜନୀତିର ପାଠଶାଳା କୁହାଯାଉଥିବା ବିହାରରେ ୨ ବଡ଼ ଘଟଣା ସାମ୍ନାକୁ ଆସିଛି। ସ୍ବର୍ଗତ ଏମ୍‌ପି ତଥା ଆର୍‌ଜେଡିର ବରିଷ୍ଠ ନେତା ଥିବା ମହମ୍ମଦ ଶାହାବୁଦ୍ଦିନଙ୍କ...

‘ମନ୍‌ କି ବାତ୍‌’ରେ ମୋଟୁ-ପତ୍‌ଲୁ, ଛୋଟା ଭୀମ୍‌ କଥା କହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୭ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମର ୧୧୫ତମ ପର୍ଯ୍ୟାୟରେ ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି। ମୋଦି କହିଛନ୍ତି, ସେ...

ଷ୍ଟେଶନରେ ଦଳାଚକଟା, ୯ ଆହତ

ମୁମ୍ବାଇ,୨୭ା୧୦: ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଦୀପାବଳି ଏବଂ ଛଟ୍‌ପୂଜା ପାଇଁ ନିଜ ଘରକୁ ଯାଉଛନ୍ତି।  କିଛି ଲୋକ ମାସେ ପୂର୍ବରୁ ଟିକେଟ୍‌ ବୁକିଂ କରିଥିଲେ,...

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ୧୬୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ,୨୬ା୧୦: ପଶ୍ଚିମବଙ୍ଗ ସ୍କୁଲ୍‌ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଦ୍ୱାରା ଗ୍ରୁପ୍‌ ସି ଏବଂ ଡି କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏହାର ମନିଲଣ୍ଡରିଂ ଦିଗ...

ଭାରତ-ଚାଇନା ଚୁକ୍ତିକୁ ନେଇ ଜୟଶଙ୍କର କହିଲେ ସଫଳତା ପଛରେ…

ପୁଣେ,୨୬ା୧୦: ଦୀର୍ଘ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ଲାଗି ରହିଥିବା ଅଚଳାବସ୍ଥା ଦୂର ପାଇଁ ଉଭୟ ଭାରତ ଓ...

ଖାଲିଟାରେ ଗର୍ଜୁ ନାହାଁନ୍ତି ଗିରିରାଜ…

ପାଟନା,୨୬।୧୦: ବିହାରରେ ଯେଉଁ ଆଡେ ନଜର ପକାଇଲେ ଦେଖିବେ, ଆଜିକାଲି କେବଳ ଭାଜପାର ଫାୟାର ବ୍ରାଣ୍ଡ ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂଙ୍କ ‘ହିନ୍ଦୁ...

ଭାରତ ଆଡକୁ କାହିଁକି ଆକର୍ଷିତ ହେଉଛି ବିଶ୍ୱ? ଜୟଶଙ୍କର ଦେଲେ ଏମିତି ଜବାବ

ପୁଣେ,୨୬।୧୦: ଶନିବାର ଅର୍ଥାତ୍‌ ଅକ୍ଟୋବର ୨୬ରେ ପୁଣେରେ ଛାତ୍ରମାନଙ୍କ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର କହିଛନ୍ତି ଯେ ଆଜି...

ବାବା ସିଦ୍ଦିକୀ ହତ୍ୟାକାଣ୍ଡର ଖୋଲିଲା ବଡ଼ ଗୁମର, ପୋଲିସ କହିଲା କିଏ ମାମଲାର ମୋଷ୍ଟ ଓ୍ବାଣ୍ଟେଡ

ମୁମ୍ବାଇ,୨୬।୧୦: ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକୀଙ୍କ ହତ୍ୟା ମାମଲାରେ ଏକ ବଡ଼ ଥା ସାମ୍ନାକୁ ଆସିଛି। ଏହି ହତ୍ୟା ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri