ଚେନ୍ନାଇ, ୯।୨: ଚେନ୍ନାଇର କେତେକ ସ୍କୁଲକୁ ବିସ୍ଫୋରଣରେ ଉଡ଼ାଇବାକୁ ଗୁରୁବାର ଇମେଲ୍ରେ ଧମକ ମିଳିଥିଲା। ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଭୟରେ ନିଜ ପିଲାମାନଙ୍କୁ ନେବାକୁ ବିଦ୍ୟାଳୟକୁ ଚାଲିଆସିଥିଲେ। ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳକୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଥିଲା। ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଭୟଭୀତ ନ ହୋଇ ଶାନ୍ତ ରହିବାକୁ ପୋଲିସ କହିଥିଲା। ଇମେଲ୍ ପ୍ରେରକଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଥିବା ପୋଲିସ କହିଛି।