‘ଟେକି ନେଇ ହାତ, ଗୋଡ଼ ଭାଙ୍ଗିଦେବୁ’

ହିଞ୍ଜିଳିକାଟୁ,୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଶାସନଆମ୍ବଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଡାକ ବିଶ୍ବାଳଙ୍କୁ ଗାଁର ୨ଜଣ ଯୁବକ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ପୂର୍ବତନ ସରପଞ୍ଚ ବିଶ୍ୱାଳ ତାଙ୍କ ଅଫିସରେ ବସିଥିଲେ। ସେତିକିବେଳେ ୨ଜଣ ଯୁବକ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ତାଙ୍କୁ ନିକଟସ୍ଥ ପାହାଡ଼କୁ ଟେକି ନେଇ ହାତ,ଗୋଡ଼ ଭାଙ୍ଗି ଦେବାକୁ ଧମକ ଦେଇଥିଲେ। ଏନେଇ ସରପଞ୍ଚ ବିଶ୍ବାଳ ହିଞ୍ଜିଳିକାଟୁ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share