Posted inଜାତୀୟ

କାନାଡାରେ ଭାରତୀୟ ହିନ୍ଦୁଙ୍କ ପ୍ରତି ବିପଦ

ନୂଆଦିଲ୍ଲୀ,୨୧ା୯ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜାରଙ୍କୁ ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅଭିଯୋଗ କରିବା ପରେ ଦୁଇଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇପଡ଼ିଛି। ପରସ୍ପର ଜଣେ ଲେଖାଏ କୂଟନୀତିଜ୍ଞ ବହିଷ୍କାର କରିଛନ୍ତି। ଏଭଳିସ୍ଥଳେ କାନାଡାରେ ରହୁଥିବା ଭାରତୀୟ ହିନ୍ଦୁମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ସେମାନଙ୍କୁ କାନାଡା ଛାଡ଼ି ଚାଲିଯିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁନ୍‌ ଧମକ ଦେଇଛନ୍ତି। ଭାରତ ସରକାର କାନାଡାରେ ରହୁଥିବା ଭାରତୀୟଙ୍କୁ ସତର୍କ କରାଇବା ସହ ଏକ ପରାମର୍ଶନାମା ଜାରି କରିଛନ୍ତି। ଅନ୍ୟପକ୍ଷରେ ଭାରତ ଗସ୍ତ କରୁଥିବା କାନାଡା ନାଗରିକଙ୍କ ଉଦ୍ଦେଶ୍ୟରେ ମଧ୍ୟ ଉକ୍ତ ଦେଶର ସରକାର ସତର୍କ ଆଡଭାଇଜରି ଜାରି କରିଛନ୍ତି।
ଖଲିସ୍ତାନୀ ନେତା ହରଦୀପ୍‌ ସିଂ ନିଜାର ହତ୍ୟା ଘଟଣାକୁ ନେଇ ଭାରତ-କାନାଡା ସମ୍ପର୍କ ଅଧିକ ତିକ୍ତ ହେବାରେ ଲାଗିଛି। ଉକ୍ତ ହତ୍ୟାକାଣ୍ଡରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରି କାନାଡା ସରକାର ସେଠାରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ନୂଆଦିଲ୍ଲୀ ଅନୁରୂପ ପଦକ୍ଷେପ ସ୍ବରୂପ କାନାଡା କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡ଼ି ଚାଲିଯିବାକୁ କହିଥିଲା।

ନିଜାର ହତ୍ୟାରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ପାର୍ଲାମେଣ୍ଟରେ ଅଭିଯୋଗ ଆଣିବାର ଦିନକ ପରେ ସେଠାକାର ଭାରତୀୟ-କାନାଡୀୟ ହିନ୍ଦୁମାନଙ୍କୁ ଦେଶ ଛାଡ଼ି ଭାରତ ଚାଲିଯିବାକୁ ଧମକ ଦିଆଯାଇଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ଖଲିସ୍ତାନୀ ସପକ୍ଷବାଦୀ ସଂଗଠନ ଶିଖ୍‌ ଫର୍‌ ଜଷ୍ଟିସ୍‌(ଏସ୍‌ଏଫ୍‌ଜେ) ନେତା ତଥା ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁନ୍‌ ଏହି ଧମକ ଦେଇଛନ୍ତି। ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହୋଇଥିବାବେଳେ ହିନ୍ଦୁମାନଙ୍କୁ ଦିଆଯାଇଥିବା ଧମକପୂର୍ଣ୍ଣ ବାର୍ତ୍ତାର ଭିଡିଓ ଭାଇରାଲ ହୋଇଛି। ସେଥିରେ ପନ୍ନୁନ କହୁଛନ୍ତି, ‘ଇଣ୍ଡୋ-କାନାଡ଼ିଆନ୍‌ ହିନ୍ଦୁମାନେ, କାନାଡା ଏବଂ କାନାଡୀୟ ସମ୍ବିଧାନ ପ୍ରତି ତୁମ୍ଭମାନଙ୍କର ନିଷ୍ଠାକୁ ଅସ୍ବୀକାର କରିଛନ୍ତି।

ତୁମ ଲକ୍ଷ୍ୟସ୍ଥଳ ଭାରତ। କାନାଡା ଛାଡ଼ି ଭାରତ ଚାଲିଯାଅ’। ଖଲିସ୍ତାନୀ ସପକ୍ଷବାଦୀ ଶିଖ୍‌ମାନେ ସବୁବେଳେ କାନାଡା ପ୍ରତି ଅନୁଗତ। ସେମାନେ ସବୁବେଳେ କାନାଡା ପକ୍ଷ ନେବା ସହ ଆଇନ ଓ ସମ୍ବିଧାନକୁ ମାନି ଆସିଥିବା ପନ୍ନୁନ କହିଛନ୍ତି। ନିଜାର ହତ୍ୟା ପାଇଁ ଭାରତୀୟ ଉଚ୍ଚାୟୁକ୍ତ ବର୍ମା ଦାୟୀ କି ନୁହନ୍ତି, ଏହା ଉପରେ ଗଣଭୋଟ ପାଇଁ ଅକ୍ଟୋବର ୨୯ରେ ସମସ୍ତ କାନାଡୀୟ ଶିଖ୍‌ମାନେ ଭାଙ୍କୋଭରରେ ଏକାଠି ହେବାକୁ ପନ୍ନୁନ ଆହ୍ବାନ ଦେଇଛନ୍ତି।
କାନାଡାର କେତେକ ଅଞ୍ଚଳରେ ଭାରତ ବିରୋଧୀ କାର୍ଯ୍ୟକଳାପ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ସେଠାରେ ଥିବା ଭାରତୀୟମାନେ ଏବଂ ସେଠାକୁ ଯିବାକୁ ଯୋଜନା କରିଥିବା ନାଗରିକମାନେ ଯଥେଷ୍ଟ ସତର୍କ ରହିବାକୁ ନୂଆଦିଲ୍ଲୀ ବୁଧବାର ସତର୍କ କରାଇଦେଇଛି। କାନାଡାରେ ଘୃଣିତ ଅପରାଧ ଓ ହିଂସାକୁ ଭାରତ ନିନ୍ଦା କରିଛି। ସେଠାରେ ଥିବା ଭାରତୀୟ ବିଶେଷ କରି ଛାତ୍ରୀଛାତ୍ର ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ଜାରି କରିଥିବା ଆଡଭାଇଜରିରେ ପରାମର୍ଶ ଦିଆଯାଇଛି।

ସେଠାରେ ଭାରତ ବିରୋଧୀ କାର୍ଯ୍ୟସୂଚୀକୁ ବିରୋଧ କରୁଥିବା ଭାରତୀୟ କୂଟନୀତିଜ୍ଞ ଏବଂ କେତେଜଣ ଭାରତୀୟଙ୍କୁ ଟାର୍ଗେଟ କରାଯାଉଛି। ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଭାରତର ଉଚ୍ଚାୟୁକ୍ତ ଏବଂ କନ୍‌ସୁଲେଟ ଜେନେରାଲ କାନାଡ଼ା କର୍ତ୍ତୃପକ୍ଷଙ୍କ ସହ ନିୟମିତ ଯୋଗାଯୋଗରେ ରହିଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ଭାରତର ବିଭିନ୍ନ ଅଞ୍ଚଳକୁ ଯାଉଥିବା କାନାଡା ନାଗରିକମାନେ ସତର୍କ ରହିବାକୁ ଟ୍ରୁଡୋଙ୍କ ସରକାର ପରାମର୍ଶ ଦେବାର କିଛି ଘଣ୍ଟା ପରେ ନୂଆଦିଲ୍ଲୀ ସେଠାରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ଆଡଭାଇଜରି ଜାରି କରିଛି।
ଭାରତ-କାନାଡା କୂଟନୈତିକ ସମ୍ପର୍କ ଅଧିକ ଖରାପ ହେଉଥିବାରୁ ଏହା ଉପରେ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା କରିବାକୁ ବୁଧବାର ଏନ୍‌ସିପି ନେତ୍ରୀ ସୁପ୍ରିୟା ସୁଲେ ଦାବି କରିଛନ୍ତି। ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା ଚାଲିଥିବାବେଳେ ସୁଲେ ଉକ୍ତ ପ୍ରସଙ୍ଗ ଉଠାଇଥିଲେ। ମହିଳା ବିଲ୍‌ ସମେତ ବର୍ତ୍ତାମାନର ଅନୁରୂପ ପ୍ରାସଙ୍ଗିକ ପ୍ରସଙ୍ଗ ଉପରେ ମଧ୍ୟ ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା ହେବା ଆବଶ୍ୟକ ବୋଲି ଏନ୍‌ସିପି ଏମ୍‌ପି କହିଥିଲେ।

ଶିଖ୍‌ ବିଚ୍ଛିନ୍ନତାବାଦୀ ନେତା ନିଜାରଙ୍କ ହତ୍ୟା ସହ ଭାରତ ସମ୍ପୃକ୍ତ ଥିବା ଟ୍ରୁଡୋ ଅଭିଯୋଗ ଆଣିଥିବାରୁ ଏହା ଅତ୍ୟନ୍ତ ଗମ୍ଭୀର ବିଷୟ ବୋଲି ଆମେରିକା କହିଛି। ତଦନ୍ତରେ ଓଟାଓ୍ବାର ଉଦ୍ୟମକୁ ଓ୍ବାଶିଂଟନ ସମର୍ଥନ କରିବା ସହ ନୂଆଦିଲ୍ଲୀ ଏଥିରେ ସହଯୋଗ କରିବାକୁ ପ୍ରୋତ୍ସାହିତ କରୁତ୍ଥିବା ଆମେରିକାର ଜାତୀୟ ସୁରକ୍ଷା ପରିଷଦ କୋଅର୍ଡିନେଟର ଜନ୍‌ କିର୍ବି କହିଛନ୍ତି। ସେହିପରି ଅଷ୍ଟ୍ରେଲିଆ ମଧ୍ୟ କାନାଡାର ଅଭିଯୋଗ ଚିନ୍ତାଜନକ ବୋଲି ମତ ଦେବା ସହ ଏନେଇ ନୂଆଦିଲ୍ଲୀ ସହ ଆଲୋଚନା କରିବ ବୋଲି କହିଛି।

କାନାଡା ଗାୟକଙ୍କ ମୁମ୍ବାଇ ସଙ୍ଗୀତ କାର୍ଯ୍ୟକ୍ରମ ବାତିଲ

କାନାଡାର ପଞ୍ଜାବୀ ଗାୟକ ଶୁଭ ଜଣେ ଖଲିସ୍ତାନୀ ସମର୍ଥକ ହୋଇଥିବାରୁ ତାଙ୍କର ମୁମ୍ବାଇରେ ହେବାକୁ ଥିବା ସଙ୍ଗୀତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି। ସେ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟରେ ଖଲିସ୍ତାନୀ ତତ୍ତ୍ୱଙ୍କୁ ସମର୍ଥନ କରିଥିବାରୁ ଭାରତରେ ତାଙ୍କ ପ୍ରତି ବିରୋଧାଭାସ ବଢ଼ିଛି। ଶୁଭଙ୍କ ଷ୍ଟିଲ୍‌ ରୋଲିନ୍‌ ଟୁର୍‌କୁ ବାତିଲ କରିଦିଆଯାଇଥିବାବେଳେ ଦର୍ଶକମାନଙ୍କ ଟିକେଟ ଅର୍ଥ ସମ୍ପୂର୍ଣ୍ଣ ଫେରସ୍ତ ହେବ ବୋଲି ବୁକ୍‌ମାଇଁଶୋ ପକ୍ଷରୁ ଘୋଷଣା କରାଯାଇଛି। ଖଲିସ୍ତାନୀ ନେତା ହରଦୀପ୍‌ ସିଂ ନିଜାର ହତ୍ୟାକାଣ୍ଡ ସହ ଭାରତ ସରକାରଙ୍କ ଏଜେଣ୍ଟର ସମ୍ଭାବ୍ୟ ସମ୍ପୃକ୍ତି ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅଭିଯୋଗ ଆଣିବାର ଦୁଇଦିନ ପରେ କାନାଡା ଗାୟକଙ୍କ ସଙ୍ଗୀତ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ମଧ୍ୟରେ ୪ ଦିନରେ ବିକ୍ରି ହୋଇଛି ୧୪ ଲକ୍ଷ ତିରୁପତି ଲଡ଼ୁ

ହାଇଦ୍ରାବାଦ, ୨୪।୯: ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରର ଲଡ଼ୁରେ ଗୋରୁ ଚର୍ବି ଓ ମାଛ ତେଲ ମିଶିଥିବାନେଇ ରିପୋର୍ଟ ଆସିବା ପରେ ଏହାକୁ ନେଇ ଦେଶବ୍ୟାପୀ ବିବାଦ...

ହନୁମାନ ରୂପରେ ଆସି କୁନି ଝିଅକୁ ବଳାତ୍କାରରୁ କଲେ ରକ୍ଷା

ଲକ୍ଷ୍ନୌ,୨୪ା୯: ଉତ୍ତରପ୍ରଦେଶର ବାଗପତ୍‌ ଜିଲାରେ ୬ ବର୍ଷର ଝିଅଙ୍କୁ ଜଣେ ଯୁବକ ବଳାତ୍କାର ଉଦ୍ୟମ କରୁଥିବାବେଳେ ମାଙ୍କଡ଼ ପଲ ଯୋଗୁ ନାବାଳିକା ଜଣକ ବର୍ତ୍ତିଯାଇଛନ୍ତି। ଗତ...

ପୁଣି ତେଜିଲା ବିବାଦ, ପଶୁଚର୍ବି ପରେ ଏବେ ତିରୁପତିଙ୍କ ପ୍ରସାଦରୁ ମିଳିଲା ତମାଖୁ!

ଅମରାବତୀ,୨୪।୯: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁଚର୍ବିର ବ୍ୟବହାରକୁ ନେଇ ବିବାଦ ମଧ୍ୟରେ ଆଉ ଜଣେ ଭକ୍ତ ଏକ ବଡ଼...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ସିଦ୍ଦରମୈୟା: ହାଇକୋର୍ଟରୁ ଝଟ୍‌କା ମିଳିବା ପରେ ଜାଣନ୍ତୁ କ’ଣ ରହିଛି ଅପ୍ସନ୍‌

ବେଙ୍ଗାଲୁରୁ,୨୪।୯: ଜମି ଦୁର୍ନୀତି ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ମଙ୍ଗଳବାର ବଡ଼ ଝଟ୍‌କା। ଏହି ମାମଲା ଉପରେ କରିଥିବା ଆବେଦନ କର୍ନାଟକ ହାକୋର୍ଟର ଖାରଜ ହୋଇଯାଇଛି।...

ତିରୁପତି ଲଡୁ ବିବାଦ: ମନ୍ଦିରରେ ଝାଡୁ ଲଗାଇ ପ୍ରାୟଶ୍ଚିତ କରୁଛନ୍ତି ପଓ୍ବନ କଲ୍ୟାଣ, ଦେଖନ୍ତୁ ଭିଡିଓ

ବିଜୟଓ୍ବାଡା,୨୪।୯: ତିରୁପତିସ୍ଥିତ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିରକୁ ପଶୁ ଚର୍ବିରେ ମିଶ୍ରିତ ଘିଅ ଯୋଗାଣ ପ୍ରସଙ୍ଗରେ ଅନେକ ରାଜନୈତିକ ବୟାନବାଜି ଚାଲିଛି। ଏହି ସମୟରେ ଆନ୍ଧ୍ରପ୍ରଦେଶର ଉପ...

ଆମେ ୩ ଜଣ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲୁ, ଏବେ ନିଷ୍ପତ୍ତି କମାଣ୍ଡଙ୍କର

ନୂଆଦିଲ୍ଲୀ,୨୪।୯: ୨୦୨୪ ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଯୁଦ୍ଧ ଚାଲିଛି। ସେପଟେ କଂଗ୍ରେସ ନେତା ରଣଦୀପ...

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତଙ୍କ ମୃତ୍ୟୁ, ଜମ୍ମୁ ହସ୍ପିଟାଲରେ…

ନୂଆଦିଲ୍ଲୀ,୨୪।୯: ୨୦୧୯ରେ ପୁଲୱାମା, ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କର ସୋମବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କୁ...

ସିଦ୍ଧରମୈୟାଙ୍କୁ ଲାଗିଲା ବଡ ଝଟ୍‌କା

ବେଙ୍ଗାଲୁରୁ,୨୪।୯: ମୈସୁର ନଗର ଉନ୍ନୟନ ପ୍ରାଧିକରଣ ମାମଲାରେ କର୍ନାଟକ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଆଶ୍ୱସ୍ତି ପ୍ରଦାନ କରିନାହାଁନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri