ଗୁଣିଗାରେଡ଼ିକୁ ନେଇ ପୋଲିସକୁ ହତ୍ୟା ଧମକ

ଗଞ୍ଜାମ,୫ା୮(ଡି.ଏନ୍‌.ଏ.): କିଛି ମାସ ତଳେ ଗଞ୍ଜାମ ଜିଲା ରମ୍ଭା ଥାନା ଅଧିନସ୍ଥ ଗଡ଼ହୁମା ଗ୍ରାମରେ ଗୁଣିଗାରେଡ଼ିକୁ ନେଇ ଦିଅର ଓ ଭାଇଜଙ୍କୁ ବାନ୍ଧି ଗ୍ରାମବାସୀ ମାଡ଼ ମାରିଥିବା ହୁମା ଫାଣ୍ଡିରେ ଅଭିଯୋଗ ହୋଇଥିଲା l ଅଭିଯୋଗ ପରେ ହୁମା ପୋଲିସ ଯାଇ ସେମାନଙ୍କୁ ଗ୍ରାମବାସୀଙ୍କ କବଳରୁ ମୁକୁଳାଇବା ସହ ମାମଲା ରୁଜୁ କରାଯାଇଥିଲା l ଏହି ଘଟଣାରେ ସମ୍ପୃକ୍ତଙ୍କୁ ପୋଲିସ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି। ଏଥିସହ ଗୁରୁବାର ବିଳମ୍ବିତ ରାତିରେ କିଛି ବ୍ୟକ୍ତି ଫାଣ୍ଡିକୁ ଆସି ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ହତ୍ୟା ଧମକ ଦେବା ସହ ଫାଣ୍ଡିରେ ନିଆଁ ଲଗାଇଦେବେ କହି ଚାଲିଯାଇଥିଲେ l ଏନେଇ ଏଏସ୍‌ଆଇ ରମ୍ଭା ଥାନା ଆଇଆଇସି ଓ ଫାଣ୍ଡି ଅଧିକାରୀଙ୍କୁ ଅବଗତ କରାଇଥିବା ଗଣମାଧ୍ୟମକୁ ସୂଚନା ମିଳିଛି।

Share