ଟଙ୍କା ନ ନେବାରୁ ଭୋଟରଙ୍କୁ ଧମକ: ରାଶନ୍‌ କାର୍ଡ଼, ଭତ୍ତା କାର୍ଡ଼ କାଟିଦେବୁ

ଯାଜପୁର ଅଫିସ,୧୦ା୨: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଟଙ୍କା ବାଣ୍ଟିବା ଘଟଣାକୁ ଭୋଟର ନାପସନ୍ଦ କରିଛନ୍ତି। ଏନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ ବ୍ରହ୍ମବରଦା ଫାଣ୍ଡି ଅଧୀନ କୋଠଢ଼ିହ ଦଳିତ ସାହିରେ ଭୋଟରଙ୍କ ମଧ୍ୟରେ ଏଭଳି ସଚେତନତା ଦେଖିବାକୁ ମିଳିଛି। ତେବେ ଟଙ୍କା ନ ନେବାରୁ ସରପଞ୍ଚ ପ୍ରାର୍ଥୀଙ୍କ ସମ୍ପର୍କୀୟ ସେମାନଙ୍କ ରାଶନ୍‌ କାର୍ଡ଼, ଭତ୍ତା କାର୍ଡ଼ କାଟିଦେବୁ ବୋଲି ଚେତାବନୀ ଦେବା ସହ ଜାତିଆଣା ଆକ୍ଷେପ କରି ଗାଳିଗୁଲଜ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷେ କେତେଜଣ ଦଳିତଙ୍କ ନାମରେ ମଧ୍ୟ ସରପଞ୍ଚ ପ୍ରାର୍ଥୀଙ୍କ ସମ୍ପର୍କୀୟ ଓଲଟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ୧୫ ନମ୍ବର ଜୋନ୍‌ରେ ଜିଲା ପରିଷଦ ପ୍ରାର୍ଥୀ ଭାଗ୍ୟଧର ସେଠୀଙ୍କ ପାଇଁ ପ୍ରଚାର ନିମନ୍ତେ କୋଠଢ଼ିହସ୍ଥିତ ଦଳିତସାହିକୁ ଆସିଥିଲେ। ସେହି ସମୟରେ ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରମୋଦ ଜେନା ତାଙ୍କ ସମର୍ଥକଙ୍କ ସହ ବିଧାୟକଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଯାଉଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ସରପଞ୍ଚ ପ୍ରାର୍ଥୀ ପ୍ରିୟରଞ୍ଜନ ପ୍ରଧାନଙ୍କ ସମର୍ଥକମାନେ ଜେନାଙ୍କୁ ବାଟରେ ଅଟକାଇ ଠେଲାପେଲା କରିଥିଲେ। ସେହି ସମୟରେ ସରପଞ୍ଚ ପ୍ରାର୍ଥୀ ପ୍ରିୟରଞ୍ଜନ ପ୍ରଧାନଙ୍କ ସମ୍ପର୍କୀୟ ପ୍ରଫୁଲ୍ଳ ପ୍ରଧାନ ବାହାରୁ ଭଡ଼ାଟିଆ ଗୁଣ୍ଡାଆଣି ଦଳିତ ସାହିରେ ପହଞ୍ଚି ସେମାନଙ୍କୁ ଭୋଟ୍‌ ଦେବାପାଇଁ ଅର୍ଥରାଶି ଯାଚିଥିଲେ। ଦଳିତସାହି ବାସିନ୍ଦା ଉକ୍ତ ଅର୍ଥ ରାଶିକୁ ଗ୍ରହଣ ନ କରି ଟଙ୍କା ନେଇ ଭୋଟ୍‌ ଦେଇପାରିବୁ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ଦଳିତସାହି ବାସିନ୍ଦାଙ୍କୁ ଗାଳିଗୁଲଜ କରି ଧମକ ଦେଇଥିଲେ। ଏ ନେଇ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳିତସାହିର ପଞ୍ଚୁ ମଳିକ, ରବୀନ୍ଦ୍ର ମଳିକ, ପ୍ରଫୁଲ୍ଳ କୁମାର ମଳିକ, ଆତୁଳ ମଳିକ, ଟୁଟୁ ମଳିକ ପ୍ରମୁଖ ବ୍ରହ୍ମବରଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ବିପକ୍ଷଙ୍କ ତରଫରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ଅଭିଯୋଗ କ୍ରମେ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏସ. ଦାଶରଥି ପାତ୍ର ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ବିଜେଡି କର୍ପୋରେଟରଙ୍କୁ ଭେଟିଲେ ନବୀନ, କହିଲେ ‘ ମେୟରଙ୍କୁ ସମ୍ମାନ ଦିଅ’

ବ୍ରହ୍ମପୁର,୧୮ା୧୨(ସ୍ମୃତି ରଂଜନ ମହାଲିକ)-ବିବାଦରୁ ଦୂରେଇ ଶୃଙ୍ଖଳିତ ହୁଅ। ମିଳିମିଶି ଦଳର ସଂଗଠନକୁ ଅଧିକ ମଜଭୁତ ପାଇଁ କାମ କର। ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି)ର ବିଜେଡି...

ମହିଳାଙ୍କୁ ଅସଦାଚରଣ! ଜଗତସିଂହପୁର ସହକାରୀ ଜିଲାପାଳ ନିଲମ୍ବିତ

ଭୁବନେଶ୍ୱର,୧୮ା୧୨: କାର୍ଯ୍ୟରତ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଜଗତସିଂହପୁର ସହକାରୀ ଜିଲାପାଳ। ସହକାରୀ ଜିଲାପାଳ ଉମେଶଚନ୍ଦ୍ର ଲେଙ୍କାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ...

ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ, ମଣ୍ଡିରୁ ଉଠିଲାନି ଧାନ

ଝରିଗାଁ,୧୮ା୧୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଝରିଗାଁ ଏବଂ ଚଚା ମଣ୍ଡିରେ ମଧ୍ୟ ଧାନର ଏଫ୍‌ଏକ୍ୟୁ ମାନକୁ ନେଇ ବିବାଦ ଦେଖାଦେଇଛି। କିଛି...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣା: ୨ ଗଲେ ଜେଲ୍‌

ଦିଗପହଣ୍ଡି,୧୮ା୧୨(ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ...

ଚଢ଼ାଉ ବେଳେ ଆଇଆଇସିଙ୍କୁ ଆକ୍ରମଣ: ପଥର ମାଡ଼ରେ ଥାନା ଗାଡ଼ି ଭାଙ୍ଗିଲା

ଉଦଳା, ୧୮।୧୨(ସନ୍ତୋଷ କୁମାର ବାଚ୍ଛିନୀ)-ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ରୋକିବାକୁ ଚଢ଼ାଉ ବେଳେ ସଂଘବଦ୍ଧ ଆକ୍ରମଣରେ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଆଇଆଇସି ପ୍ରକାଶ କୁମାର...

ପୂର୍ବ ପିଇଓଙ୍କ ବଦଳି ସ୍ଥଗିତ କରିବାକୁ ଦାବିପତ୍ର

କୋକସରା,୧୮ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର ମହକୁମା ସଦର କୋକସରା ପଞ୍ଚାୟତରେ ପୂର୍ବରୁ ଅବସ୍ଥାପିତ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଅନ୍ୟ...

ଫରେଷ୍ଟଗାର୍ଡଙ୍କୁ ମାଡ଼ ମାରିଲେ ଗ୍ରାମବାସୀ

ନିରାକାରପୁର,୧୮ା୧୨(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଓ ପଟିଆ ସେକ୍ସନ ଅଧୀନରେ ଥିବା ରଣ୍ଡା ବିଟ୍‌ ହାଉସ୍‌ରେ ବୁଧବାର ଏକ ଅଭାବନୀୟ ଘଟଣା...

ବିଜେଡି କର୍ପୋରେଟରଙ୍କୁ ନବୀନଙ୍କ ଡାକରା, ସମାଧାନ ହେବ କି ଗୋଷ୍ଠୀକନ୍ଦଳ

ବ୍ରହ୍ମପୁର,୧୮ା୧୨(ସ୍ମୃତିରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ବିଜେଡି କର୍ପୋରେଟର ଏବଂ ମେୟର ଓ ଡେପୁଟି ମେୟରଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ୱର ନବୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri