Categories: ଜାତୀୟ

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ୩ ଗିରଫ

ଅଗରତାଲା,୭ ।୮: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଶନିବାର ପୋଲିସ ଏହି ସୂଚନା ଦେଇ କହିଛି କି ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ତାଙ୍କ ଘର ଶ୍ୟାମାପ୍ରସାଦ ମୁଖାର୍ଜୀ ଲେନ ନିକଟରେ ବୁଲିବାକୁ ବାହାରିଥିବା ବେଳେ କାର୍‌ରେ ଆସି ୩ ଜଣ ବ୍ୟକ୍ତି ତାଙ୍କ ସୁରକ୍ଷା ବଳୟ ଭିତରେ ପ୍ରବେଶ କରିଥିଲେ । ଆକ୍ରମଣ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ସେମାନଙ୍କ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ପରେ ଉକ୍ତ ୩ ବ୍ୟକ୍ତିଙ୍କୁ କେରଚାଉମୁହାନିରୁ ଗିରଫ କରାଯାଇଥିଲା । ଶୁକ୍ରବାର ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ସେଠାରୁ ସେମାନଙ୍କୁ ୧୪ ଦିନିଆ ରିମାଣ୍ଡରେ ଜେଲ ପଠାଇ ଦିଆଯାଇଛି ।

Share