ବିନା ସଂକ୍ରମଣରେ ଶିଶୁଙ୍କ ନିକଟରେ ଦେଖାଯାଉଛି ଆଣ୍ଟିବଡି, ଚିନ୍ତାରେ ବିଶେଷଜ୍ଞ

ମେଲବୋର୍ନ,୧୯ ।୧୧: ଅଷ୍ଟ୍ରେଲିଆରେ ଗୋଟିଏ ପରିବାରର ୩ ଶିଶୁ କରୋନାରେ ସଂକ୍ରମିତ ହୋଇ ନ ଥିଲେ ବି ଏମାନଙ୍କ ନିକଟରେ ଆଣ୍ଟିବଡି ଦେଖାଯାଇଛି । ଯାହାକୁ ଦେଖିବା ପରେ ବିଶେଷଜ୍ଞମାନେ ଚିନ୍ତାରେ ପଡି ଯାଇଛନ୍ତି । ଏହି ୩ ଶିଶୁଙ୍କ ମାତାପିତା କରୋନାରେ ପୀଡ଼ିତ ହୋଇଥିଲେ । ହେଲେ ଏମାନଙ୍କର ବାରମ୍ବାର ଟେଷ୍ଟ ପରେ ବି ରିପୋର୍ଟ ନେଗେଟିଭ ଆସିଥିଲା । କିନ୍ତୁ ଏବେ ଏମାନଙ୍କ ଶରୀରରେ ଦେଖାଯାଇଥିବା ଆଣ୍ଟିବଡି ବିଶେଷଜ୍ଞଙ୍କୁ ଅଡୁଆରେ ପକାଇଦେଇଛି । ସାଇନ୍ସ ଜର୍ନାଲ ନେଚର କୁମ୍ୟନିକେଶନରେ ଛପାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ କେବେବି କରୋନାରେ ପୀଡ଼ିତ ହୋଇ ନ ଥିବା ଏହି ପିଲାମାନଙ୍କ ନିକଟରେ ଆଣ୍ଟିବଡି ଦେଖାଯାଇଛି । ଏମାନଙ୍କ ବୟସ ୬, ୭ ଓ ୯ ବର୍ଷ । ଏମାନଙ୍କ ମାତାପିତା ଏକ ବିବାହ ଭୋଜିରେ ଯୋଗଦେବା ପରେ କରୋନାରେ ସଂକ୍ରମିତ ହୋଇଥିଲେ । ହେଲେ ପିଲାମାନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା ।

Share