Categories: ଜାତୀୟ

୩ ଭାଜପା ବିଧାୟକ ଗିରଫ

କୋଲକାତା,୧୬।୫: ଲକ୍‌ଡାଉନ ନିୟମ ଭଙ୍ଗ କରିବା ପାଇଁ ୩ ଭାଜପା ବିଧାୟକଙ୍କୁ ଗିରଫ କରାଯାଇଛିି। ରାଜ୍ୟର ଉତ୍ତର ଭାଗରେ କୋଭିଡ୍‌-୧୯ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏହାସତ୍ତ୍ୱେ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ନେଉ ନ ଥିବା ଅଭିଯୋଗରେ ଭାଜପା ବିଧାୟକ ଶଙ୍କର ଘୋଷ, ଆନନ୍ଦମୟ ବର୍ମାନ ଓ ଶିକ୍ଷା ଚାଟୋପାଧ୍ୟାୟ ସିଲିଗୁଡ଼ିସ୍ଥିତ ସଫଦାର ହାସମି ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ତେବେ ଗିରଫ କରାଯିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ପୋଲିସ ଅଧିକାରୀ କହିଛନ୍ତି।

ଭାଜପା ବିଧାୟକମାନେ ସେଠାକାର ଲୋକଙ୍କ ସହ ବିଶ୍ୱାସଘାତକ କରିଛନ୍ତି। ଲୋକମାନେ ଭାଜପାର ନେତାଙ୍କ ଅସଲ ଚେହେରା ଦେଖନ୍ତୁ। କୋଭିଡ୍‌ ଭଳି ସଙ୍କଟଜନକ ସ୍ଥିତିରେ ମଧ୍ୟ ସେମାନେ ରାଜନୀତି କରିବାକୁ ଚାହୁଛନ୍ତି ବୋଲି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବରିଷ୍ଠ ନେତା ଗୌତମ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରବିବାର ୧୫ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ସରକାର।

Share