ରାଜଧାନୀରେ ଚାଞ୍ଚଲ୍ୟ: ଘର ଭିତରୁ ମିଳିଲା ୩ ଝୁଲନ୍ତା ମୃତଦେହ

ଭୁବନେଶ୍ୱର,୨୮ା୪(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଚିନ୍ତାମଣିଶ୍ୱର ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ପରିବାର ୩ ସଦସ୍ୟଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମିଳିଛି। ଏହି ମୃତଦେହ ମଧ୍ୟରେ ଦମ୍ପତିଙ୍କ ସହ ଏକ ୧୫ ମାସର ଶିଶୁ ବି ରହିଛି। ପାରିବାରିକ କଳହରୁ ଏପରି ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ସମସ୍ତ ମୃତକ ମହାରାଷ୍ଟ୍ରର ହୋଇଥିବା ଜଣାପଡ଼ିଛି। ମୃତକ ତୁଷାର ରାଜେନ୍ଦ୍ର ଜଗତବ, ସ୍ତ୍ରୀ ନୀଲା ତୁଷାର ଜଗତବ ଏବଂ ୧୫ ମାସର ଶିଶୁକନ୍ୟା ସିବିନ୍ୟା। ତେବେ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଏମାନେ ଚିନ୍ତାମଣିଶ୍ୱର ଅଞ୍ଚଳରେ ଭଡ଼ାଘରେ ରହୁଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Share