ଅଲଜିୟର୍ସ,୨୧।୨: ଆଲଜେରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ ଭାଇ ଗୋଟିଏ ମିନିଟ୍ ମଧ୍ୟରେ ନିଜ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି। ସବୁଠୁ ରୋଚକ କଥା ହେଉଛି, ଛାଡପତ୍ର ପାଇଁ ପୂର୍ବରୁ କୌଣସି ପ୍ରକାରର ଆଇନଗତ ଲଢେଇ ଚାଲି ନ ଥିଲା। ଛାଡପତ୍ରର କାରଣ ଥିଲା ଯେ ୩ ଭାଇଙ୍କ ମା’ ଅସୁସ୍ଥ ଅଛନ୍ତି। ହେଲେ ତାଙ୍କର ସ୍ତ୍ରୀମାନେ ମା’ଙ୍କ ଯତ୍ନ ନେଉ ନ ଥିଲେ। ପୁଅମାନଙ୍କ ତାଗିଦ ସତ୍ତ୍ୱେ ବୋହୂମାନେ ତାଙ୍କ ଶାଶୁଙ୍କ ଦେଖାଶୁଣା କରୁ ନ ଥିଲେ। ଖାଇବା-ପିଇବା ମଧ୍ୟ ବୁଝୁ ନ ଥିଲେ। ତେବେ ଗୋଟିଏ ଦିନ ୩ ଭାଇ ଯାକ ଏକାଠି ଅଫିସରୁ ଘରକୁ ଫେରିଥିଲେ। ଏହି ସମୟରେ ସେମାନଙ୍କ ପଡୋଶୀ ଘରର ଜଣେ ମହିଳା ମା’ଙ୍କୁ ଗାଧୋଇ ଦେଉଥିବା ଦେଖିବାକୁ ପାଇଥିଲେ। ମା’ଙ୍କ ଏପରି ଅସହାୟ ଅବସ୍ଥା ଦେଖି ପୁଅମାନେ ପ୍ରବଳ ରାଗି ଯାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଭାଇମାନେ ଗୋଟିଏ ସମୟରେ ସ୍ତ୍ରୀମାନଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ।