୧୮୩ ଦିନ ପରେ ପୃଥିବୀକୁ ଫେରିଲେ ୩ ଚାଇନା ମହାକାଶଚାରୀ…

ବେଜିଂ, ୧୬।୪ : ଚାଇନାର ୩ ଜଣ ମହାକାଶଚାରୀ ୧୮୩ ଦିନ ପରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତିି। ମହାକାଶରେ ୬ ମାସ ବିତାଇବା ପରେ ମହାକାଶଚାରୀମାନେ ଶେନଝୁ-୧୩ କ୍ୟାପସୁଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। କ୍ୟାପସୁଲରେ ମହାକାଶଚାରୀ ଝାଇ ଝିଙ୍ଗାଙ୍ଗ୍‌, ଓ୍ବାଙ୍ଗ୍‌ ଓ୍ବାପିଙ୍ଗ୍‌ ଏବଂ ୟେ ଗୁଙ୍ଗ୍‌ଫୁ ମଙ୍ଗୋଲିଆ ଅଞ୍ଚଳରେ ଶନିବାର ସକାଳେ ପହଞ୍ଚିଛନ୍ତି। ପୃଥିବୀକୁ ଫେରିବା ପାଇଁ ସେମାନଙ୍କୁ ୯ ଘଣ୍ଟା ସମୟ ଲାଗିଥିଲା।

ସମସ୍ତ ମହାକାଶଚାରୀ ସୁସ୍ଥ ଥିବା ନ୍ୟୁଜ୍‌ ଏଜେନ୍ସି ଶିହୁଁଆ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଝାଇ ଏବଂ ଓ୍ବାଙ୍ଗ୍‌ ଚାଇନାର ପ୍ରଥମ ମହାକାଶଚାରୀ ଭାବେ ମହାକାଶରେ ୧୮୩ ଦିନ ବିତାଇଛନ୍ତି। ଏହି ମିଶନ ୨୦୨୧ ଅକ୍ଟୋବର ୧ରେ ଆରମ୍ଭ ହୋଇଥିଲା। ୨୦୨୧ ନଭେମ୍ବରରେ ଓ୍ବାଙ୍ଗ୍‌ ପ୍ରଥମ ଚାଇନା ମହାକାଶଚାରୀ ଭାବେ ସ୍ପେସ୍‌ ଓ୍ବାକ୍‌ କରିଥିଲେ।

Share