Categories: ଜାତୀୟ

ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି: ୩ କମାଣ୍ଡୋ ହଟିଲେ

ନୂଆଦିଲ୍ଲୀ,୧୭।୮: ଚଳିତ ବର୍ଷ ଫେବୃଆରୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବାସଭବନରେ ସୁରକ୍ଷା ଉଲ୍ଲଂଘନ ନେଇ ବୁଧବାର କେନ୍ଦ୍ର ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣା ପରେ ତିନି ଜଣ ସିଏସଏଫ କମାଣ୍ଡୋଙ୍କୁ ହଟାଯାଇ ଥିବାବେଳେ ଜଣେ ଡିଜି ଏବଂ କମାଣ୍ଡାଣ୍ଟ ର଼୍ୟାଙ୍କର ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୧୬ରେ ଅଜିତ ଡୋଭାଲଙ୍କ ବାସଭବନରେ ବେଙ୍ଗାଲୁରୁର ଜଣେ ବ୍ୟକ୍ତି ବଳପୂର୍ବକ ପଶିବାକୁ ଚେଷ୍ଟା କରୁଥିଲେ। ତେବେ ସେଠାରେ ଥିବା ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କାବୁ କରିଥିଲେ। ପରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଥିଲା। ଘଟଣା ବେଳେ ଡୋଭାଲ ଘରେ ରହିଥିଲେ। ଡୋଭାଲଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ ବ୍ୟକ୍ତି ଜଣଙ୍କ କେମିତି ସେପର୍ଯ୍ୟ ଗଲେ, ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏହାପରେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା।

Share