ପୂଜା ପୂର୍ବରୁ ମୋଟା ଅଙ୍କର ଟଙ୍କା ନେଇ ଘରକୁ ଫେରୁଥିଲେ ୩ ସରକାରୀ ଅଧିକାରୀ, ଧରିଲା ଭିଜିଲାନ୍ସ

ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ଭିଜିଲାନ୍ସ ବିପୁଳ ଟଙ୍କା ଜବତ କରିବା ସହ ୩ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିଛି। ପୂଜା ପୂର୍ବରୁ ଶନିବାର ଏହି ତିନି ଅଧିକାରୀ ମୋଟା ଅଙ୍କର ଟଙ୍କା ନେଇ ନିଜ ନିଜ ଘରକୁ ଫେରୁଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ସେମାନଙ୍କ ଠାରୁ ମୋଟ ୨୨ ଲକ୍ଷ ୬୧ ହଜାର ୪୩୦ ଟଙ୍କା ଜବତ କରାଯାଇଛି। ଗିରଫ ହୋଇଥିବା ଏହି ୩ ପ୍ରଥମ ଶ୍ରେଣୀ କର୍ମଚାରୀ ହେଲେ- କେନ୍ଦୁଝର ଶାଳପଡ଼ା ବୈତରଣୀ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ, ରାଉରକେଲା ପାନପୋଷସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ଓ ବାଲେଶ୍ୱର ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା।
ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କ ଠାରୁ ୧୦ ଲକ୍ଷ ୭୧ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଥିବା ବେଳେ ପ୍ରକାଶ ମହାପାତ୍ରଙ୍କଠାରୁ ୧.୭୫ ଲକ୍ଷ ଓ ନରୋତ୍ତମ ବେହେରାଙ୍କ ଠାରୁ ୧୦ ଲକ୍ଷ ୧୪ ହଜାରରୁ ଅଧିକ ଟଙ୍କା ଜବତ କରାଯାଇଛି।

Share