୩ ଦିନ ପରେ ପେଟରେ ପଡ଼ିଥିଲା ଦାନା

ମହାକାଳପଡ଼ା,୨୯।୧୦ (ଡି.ଏନ୍‌.ଏ.): ୧୯୯୯, ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଥିଲା କାଳରାତ୍ରି। ଆଜି ସେହି ଶୁକ୍ରବାର ମହାବାତ୍ୟାକୁ ପୂରିଲା ୨୨ ବର୍ଷ। ସେହି କାଳରାତ୍ରିର ଦୁଃଖ ଦୁର୍ଦ୍ଦଶା ହୃଦୟରୁ ଏବେବି ଲିଭି ନାହିଁ। କଟକ ରେଡିଓ ସେଣ୍ଟରରୁ ମହାବାତ୍ୟା ସମ୍ପର୍କରେ ସେତେବେଳେ ସୂଚନା ପାଇଥିଲୁ ବୋଲି ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନାଞ୍ଜୁରା ପଞ୍ଚାୟତର ପାଣିଖିଆ ଗଁ। ସାନ୍ତାଳପଡ଼ାର ଲୋକେ କହିଛନ୍ତି। ପରେ ବାତ୍ୟା ବିଭୀଷିକାରେ ଘରଦ୍ୱାର ଭାଙ୍ଗି ଯାଇଥିଲା। ଗଁ। ସମୁଦ୍ରର ଖୁବ୍‌ ନିକଟରେ ଥିଲା। ସମୁଦ୍ରର ୧୫ ଫୁଟରୁ ଉଚ୍ଚ ଢେଉ ଲୁଣା ଜଙ୍ଗଲ ଯୋଗୁ ପଶି ପାରି ନ ଥିଲା। ଜଙ୍ଗଲ ପାଚେରି ଭଲି ରହିଥିଲା। ଶୁକ୍ରବାର ରାତିରୁ ବର୍ଷା ପବନ ବେଗ ବଢ଼ିଥିଲା। ଗଁ। ଲୋକ ଚାଳଛପର ଘର ଉପରେ ମହାବାତ୍ୟାକୁ ଅଙ୍ଗେ ଲିଭାଇ ଥିଲେ। ତଥାପି ସମୁଦ୍ରର ଢେଉ ୧୨ ଲୋକଙ୍କୁ ଗର୍ଭକୁ ନେଇ ଯାଇଥିଲା। ୩ ଦିନ ପରେ ହେଲିକପ୍ଟରରେ ଚୁଡା ଗୁଡ଼ ପାଇବାରୁ ପେଟରେ ଦାନା ପଡିଥିଲା ବୋଲି କହିଛନ୍ତି ଗଁ।ର ବରିଷ୍ଠ ମୁରବି ସୁନା ମାରାଣ୍ଡି, ସୁନା ଟୁଡୁ, ଫଗଡା ମାରାଣ୍ଡି, ଗଜେନ୍ଦ୍ର ମାରାଣ୍ଡି, ସୁରେଶ ସୋରେନ, ଲବ ମାରାଣ୍ଡି, ନୁଗୁର୍‌ ସୋରେନ, ଶଙ୍କର ମାରାଣ୍ଡି ଓ ପିରୁ ହେମ୍ବ୍ରମ୍‌ ।
ଏବେ ବି ଗଁା ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଯାଇନି। ଗଁ। ଲୋକ ଭଙ୍ଗା ଚାଳିଆରେ ଜୀବନ ବିତାଉଛନ୍ତି। ସରକାରଙ୍କ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ପାଲଟିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଏହି ଲୋକଙ୍କ ପାଖରେ ପହଞ୍ଚେଇବାରେ ପ୍ରଶାସନ ବିଫଳ ହୋଇଛି। ଲୋକମାନେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଗଁ।ରେ ଆମ୍ବୁଲାନ୍ସ ପହଞ୍ଚତ୍ ପାରୁନି। ବାଉଁଶ ଭାରରେ ରୋଗୀ ବୁହା ହୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଛନ୍ତି। ପଲିଥିନ ତଳେ ସାନ୍ତାଳୀ ସମ୍ପ୍ରଦାୟର ଲୋକଙ୍କ ଜୀବନ ବିତୁଛି। ମୟୂରଭଞ୍ଜ ଅଞ୍ଚଳରୁ ଦୀର୍ଘବର୍ଷ ହେଲା ଏହି ସାନ୍ତାଳ ସମ୍ପ୍ରଦାୟର ଲୋକ ଆସି ଏଠାରେ ବସବାସ କରୁଛନ୍ତି। ଏମାନଙ୍କ ଜମି ଜାଗା ନାହିଁ। ସରକାରୀ ଜଙ୍ଗଲ ଜମିରେ ବସବାସ କରୁଛନ୍ତି। କେତେଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି।

Share