ଆଜିଠୁ ତିନିଦିନିଆ ଶଟ୍‌ଡାଉନ୍‌

କଟକ ଅଫିସ,୬ା୭: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ସପ୍ତାହାନ୍ତ ଶଟ୍‌ଡାଉନ୍‌ ପରେ ସୋମବାରଠାରୁ ବୁଧବାର ରାତି ପର୍ଯ୍ୟନ୍ତ ପୁଣି ଥରେ ଶଟ୍‌ଡାଉନ୍‌ ଜାରି କରାଯାଇଛି। ଏହାର ସଠିକ୍‌ ପାଳନ ପାଇଁ ସାହିଭାଇଙ୍କ ସହଯୋଗ ଲୋଡ଼ିଛି ପ୍ରଶାସନ। ଡିସିପିଙ୍କ କାର୍ଯ୍ୟାଳୟରେ ରବିବାର ଅପରାହ୍ନରେ ଏନେଇ ବସିଥିବା ବୈଠକରେ ସିଏମ୍‌ସି ଓ କମିଶନରେଟ୍‌ ପୋଲିସର ବରିଷ୍ଠ ଅଧିକାରୀ ସାହି ମୁରବିଙ୍କ ସହ ଆଲୋଚନା କରିଛନ୍ତି। କରୋନା ଲଢ଼େଇରେ ସ୍ଥାନୀୟ ବାସିନ୍ଦାଙ୍କ ଭାଗିଦାରୀ ରହିବ। ଏଥିପାଇଁ ପ୍ରତ୍ୟେକ କମ୍ୟୁନିଟିରେ ୧୫ ଜଣିଆ ସ୍ବତନ୍ତ୍ର ପୋଲିସ ଅଧିକାରୀ (ଏସ୍‌ପିଓ) ରହିବେ। ସେମାନେ ସ୍ଥାନୀୟ ଥାନାର ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବେ। ନିର୍ଦ୍ଦିଷ୍ଟ ଅଞ୍ଚଳରେ ସରକାରଙ୍କ ସମସ୍ତ ପ୍ରକାର କଟକଣାକୁ କେମିତି କଡ଼ାକଡ଼ି ପାଳନ କରାଯାଇପାରିବ, ଏହି ଏସ୍‌ପିଓମାନେ ତାହାର ତଦାରଖ କରିବେ। ସ୍ଥାନୀୟ ଥାନା ଅଧିକାରୀ ତାଙ୍କୁ ପରାମର୍ଶ ଦେବେ। ବୈଠକରେ ସିଏମ୍‌ସି କମିଶନର ଅନନ୍ୟା ଦାସ, କଟକ ଡିସିପି ଅଖିଳେଶ୍ୱର ସିଂଙ୍କ ସମେତ ପୋଲିସ ଓ:ସିଏମ୍‌ସି ଅଧିକାରୀ, ପୂଜା କମିଟି ପଦାଧିକାରୀ, ବ୍ୟବସାୟୀ ସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଗଡ଼ିବ ମୋ’ ବସ୍‌
କଟକ ସହରରେ ବୁଧବାର ରାତି ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଜାରି ହୋଇଛି। ଏହି ସମୟରେ ଅନାବଶ୍ୟକ କାମରେ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କେବଳ ଜରୁରୀ କାମରେ ହିଁ ଯାନବାହାନ ବ୍ୟବହାର ହୋଇପାରିବ। ତେବେ ଶଟ୍‌ଡାଉନ୍‌ ସତ୍ତ୍ବେ କଟକରେ ମୋ’ ବସ୍‌ ଚଳାଚଳ କରିବ ବୋଲି କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ (ସିଆର୍‌ୟୁଟି) ତରଫରୁ ଘୋଷଣା କରାଯାଇଛି। ଜରୁରୀ କାମ ନ ଥିଲେ ବସ୍‌ରେ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରା ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ନିବେଦନ କରାଯାଇଛି। କଟକର ଅନେକ ବାସିନ୍ଦା ଭୁବନେଶ୍ୱରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାମ କରନ୍ତି। ସେମାନେ ଯାତାୟତ ପାଇଁ ମୋ’ ବସ୍‌କୁ ବ୍ୟବହାର କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ମୋ’ ବସ୍‌ ଚଳାଚଳ ପାଇଁ ନିଷ୍ପତ୍ତି ନିଆଯାଇଛି।

ସଙ୍ଗରୋଧରେ ଗଲେ ହାଇକୋର୍ଟର ୧୧ କର୍ମଚାରୀ

ଓଡ଼ିଶା ହାଇକୋର୍ଟର ସିଭିଲ୍‌ ରେକର୍ଡ଼ ସେକ୍ସନର ଜଣେ କର୍ମଚାରୀ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଛି। ହାଇକୋର୍ଟର ଅନେକ କର୍ମଚାରୀ ତାଙ୍କ ସଂସ୍ପର୍ଶରେ ଆସିଥିବା ଆଶଙ୍କା ରହିଛି। ତେଣୁ ସିଭିଲ୍‌ ରେକର୍ଡ଼ ରୁମ୍‌ରେ କାର୍ଯ୍ୟ କରୁଥିବା ଅନ୍ୟ ୧୧ ଜଣ କର୍ମଚାରୀଙ୍କୁ ଗୃହ ସଙ୍ଗରୋଧରେ ଯିବାକୁ କୁହାଯାଇଛି। ସେମାନେ ୧୨ ତାରିଖ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବେ। ରବିବାର ଅଗ୍ନିଶମ ବିଭାଗର କର୍ମଚାରୀମାନେ ହାଇକୋର୍ଟର ପାର୍କିଂଠାରୁ ଆରମ୍ଭ କରି ରେକର୍ଡ଼ ବିଭାଗ ପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ବିଶୋଧନ କରିଛନ୍ତି। ଅନ୍ୟପକ୍ଷରେ ସୋମବାର ଯେଉଁ ସବୁ ମାମଲା ବିଚାର ପାଇଁ ରହିଥିଲା, ସେସବୁ ଗୁରୁବାର ଶୁଣାଣି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରୁ କୋଇଲା ଚୋରି କରିବା ଦୁର୍ଦ୍ଦାନ୍ତ ଅପରାଧୀ ବାୟାଙ୍କୁ ପଡ଼ିଲା ମହଙ୍ଗା

ତିହିଡ଼ି,୬ା୧୦(ସଞ୍ଜିତ ବଳ)- ଭଦ୍ରକ-ଧାମରା ରେଳପଥରୁ କୋଇଲା ଚୋରି କରି ଚାଲାଣ କରୁଥିବା ଭଗବାନ ଦାସ ଓରଫ ବାୟାଙ୍କୁ ରବିବାର ତିହିଡ଼ି ପୋଲିସ ଗିରଫ କରିଛି। ତାଙ୍କ...

ଭୁବନେଶ୍ୱରରେ ବର୍ଷାପବନ: ଭାଙ୍ଗିଲା ୩୦ ଫୁଟ ଉଚ୍ଚର ତୋରଣ

ଭୁବନେଶ୍ୱର,୬।୧୦: ଆଗକୁ ଦୁର୍ଗାପୂଜା। ଏନେଇ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ ଭୁବନେଶ୍ୱର। ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ସାଜସଜ୍ଜାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ରବିବାର...

ରାଉରକେଲାରୁ ୨୦ଲକ୍ଷ ଟଙ୍କାରେ ବାଣ ଜବତ

ରାଉରକେଲା,୬।୧୦: ଆଗକୁ ଆଲୋକର ପର୍ବ ଦୀପାବଳି। ଏନେଇ ବେଆଇନ ବାଣ ଗୋଦାମଗୁଡିକ ଖେଳିବା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲା ପ୍ଲାଣ୍ଟ ସାଇଟ ଥାନା...

PGT ନିଯୁକ୍ତି ଲିଖିତ ପରୀକ୍ଷା ବାତିଲ୍‌: ଜାଣନ୍ତୁ ପୁଣି କେବେ ହେବ

କଟକ,୬।୧୦: ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ପିଜିଟି ନିଯୁକ୍ତିକୁ ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍‌ କରାଯାଇଛି। ରବିବାର ଏହି ପରୀକ୍ଷାଗୁଡିକ ହେବାକୁ...

ପୁଣି ପ୍ରଶ୍ନପତ୍ର ଲିକ୍‌ : OSSC ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ୍‌…

ଭୁବନେଶ୍ୱର,୬।୧୦: OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବାଲେଶ୍ବରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରୁ। ଏଭଳି ଏକ...

ସହରରେ ଚାଞ୍ଚଲ୍ୟ: ମନୋରମାଙ୍କ ହତ୍ୟାକାରୀ ହାରିଦେଲେ ଜୀବନ

କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟରେ ଶଙ୍କରଗଳି ପବିତ୍ରଡିହାରେ ଗତ ୪ ତାରିଖରେ ଜଣେ ୨୦ ବର୍ଷୀୟା ଯୁବତୀ ମନୋରମା ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ...

ସୁଭଦ୍ରା ଟଙ୍କା ୯ରେ ଆସିବ କି ନାହିଁ? ସହଜରେ ଏମିତି କରନ୍ତୁ ଚେକ୍‌…

ଭୁବନେଶ୍ୱର,୬।୧୦: ଆଉ ମାତ୍ର ୩ ଦିନ ବାକି । ହିତାଧିକାରୀଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା । ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତିରେ ରାଜ୍ୟର...

ପାର୍ବଣରେ ୧୦୦ ଟପିଲାଟମାଟୋ ଦର

ଭୁବନେଶ୍ୱର,୬।୧୦: ପରିବା ଦରରେ ନିଆଁ ଲାଗିଛି। ମାର୍କେଟକୁ ଗଲେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ପୁରୁନି। ସବୁ ପରିବା ଦର ହୁହୁ ହୋଇ ବଢ଼ି ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri