ଆନ୍ଦୋଳନକାରୀଙ୍କ ଉପରେ ମାଡ଼ିଗଲା ସେନା ଟ୍ରକ୍‌

ୟାଙ୍ଗୁନ୍‌,୫।୧: ମ୍ୟାନ୍‌ମାର ସରକାରଙ୍କ ବିରୋଧରେ ୟାଙ୍ଗୁନ୍‌ ସହରରେ ରବିବାର ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଶୋଭାଯାତ୍ରା ଚାଲିଥିବା ବେଳେ ସୈନ୍ୟବାହିନୀର ଏକ ଟ୍ରକ୍‌ ମାଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଗତ ଫେବୃୟାରୀ ୧ରେ ମ୍ୟାନ୍‌ମାର ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀ ପଦଚ୍ୟୁତ କରି ସୈନ୍ୟବାହିନୀ କ୍ଷମତା ଦଖଲ କରିଥିଲା। ସ୍ୟୁ ଚୀଙ୍କ ବିରୋଧରେ ଦାଏର ହୋଇଥିବା ଫୌଜଦାରୀ ମାମଲାର ରାୟ ଆସିବାକୁ ଥିବାବେଳେ ଏହା ପୂର୍ବରୁ ଦେଶର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ସୈନ୍ୟବାହିନୀର ଏକ ଟ୍ରକ୍‌ ପଛପଟୁ ଆସି ଶୋଭାଯାତ୍ରାକାରୀଙ୍କ ଉପରେ ମାଡ଼ିଯାଉଥିବା ଭିଡ଼ିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

Share