Categories: ଜାତୀୟ

କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ୩ଟି ମାମଲା ରୁଜୁ

ନୂଆଦିଲ୍ଲୀ,୧୭।୮: ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ରୁଜୁ ହୋଇଛି ୩ଟି ଏଫଆଇଆର। ତେଲେଙ୍ଗାନା ପୋଲିସ ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷ ରେଭନ୍ତ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ରେଡ୍ଡୀଙ୍କ ବିରୋଧରେ ତିନୋଟି ଏଫଆଇଆର୍‌ ପଞ୍ଜିକୃତ ହୋଇଥିବା ପୋଲିସ କହିଛି। ରେଡ୍ଡୀ ରାଜ୍ୟରେ କୁଥ ପୋଲିସ କର୍ମଚାରୀଙ୍କ ବିରୋଧରେ ଧମକପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ନାଗରକର୍ନୁଲ ଏସପି କେ ମନୋହର କହିଛନ୍ତି, ରେଡ୍ଡୀଙ୍କ ବିରୋଧରେ ପ୍ରଥମ ଏଫଆଇଆର ନାଗରକର୍ନୁଲ ପୋଲିସ ଷ୍ଟେସନରେ ଆଇପିସି ଧାରା ୧୫୩ ଏବଂ ୫୦୪ ରୁଜୁ ହୋଇଛି। ଯେତେବେଳେ କି, ଦ୍ୱିତୀୟ ଏଫଆଇଆର ବୁଥପୁର ପୋଲିସ ଷ୍ଟେସନରେ ଧାରା ୧୫୩,୫୦୪,୫୦୫(୨) ଏବଂ ୫୦୬ ରୁଜୁ ହୋଇଛି। ଏବଂ ତୃତୀୟ ମାମଲା ଜାଡେରଲା ପୋଲିସ ଷ୍ଟେସନରେ ୧୫୩,୫୦୪,୫୦୫(୨) ଏବଂ ୫୦୬ ଅଧୀନରେ ଏଫଆଇଆର ରୁଜୁ ହୋଇଛି।
ସୂଚନାଯୋଗ୍ୟ, ରେଡ୍ଡୀ କହିଥିଲେ ଯେ ଲାଲ ଡାଏରୀରେ କିଛି ପୋଲିସ ଅଧିକାରୀଙ୍କ ନାମ ରହିଛି। ଯଦି କଂଗ୍ରେସ ଦଳ ରାଜ୍ୟରେ କ୍ଷମତାକୁ ଆସେ ତେବେ ସେହି କର୍ମଚାରୀଙ୍କୁ ହଟାଇ ଦିଆଯିବ।

Share