Categories: ଫୁରସତ

ତିନି ମୁଣ୍ଡିଆ ଡ୍ରାଗନ

ଡ୍ରାଗନ ଏକ ଭୟଙ୍କର ବିରାଟକାୟ ପ୍ରାଣୀ, ଯାହା ପାଟିରୁ ବାହାରିଥାଏ ଲହ ଲହ ନିଆଁ। ବିଭିନ୍ନ ଲୋକକଥା ଓ କାହାଣୀରେ ଏଇ ଦୈତ୍ୟରୂପୀ ପ୍ରାଣୀ ସମ୍ପର୍କରେ ଶୁଣିବାକୁ ମିଳେ। ହେଲେ ବାସ୍ତବରେ କ’ଣ ଏହାର ସତ୍ତା ଅଛି? ହୁଏତ ନାଁ। ହେଲେ ଏଇ କିଛି ବର୍ଷ ହେବ ଋଷୀୟାର ଲିପେତ୍‌ସ୍କ ଅଞ୍ଚଳର କାମେଙ୍କା ଗ୍ରାମରେ ଦେଖିବାକୁ ମିଳୁଛି ଏକ ବିରାଟକାୟ ଡ୍ରାଗନ, ଯାହାର ତିନିଟି ମୁଣ୍ଡ ଅଛି। ଆଉ ତା’ର ପ୍ରତି ପାଟିରୁ ନିର୍ଗତ ହେଉଛି ନିଆଁ। ନିଆଁ ନିର୍ଗତ କଲାବେଳେ ତାହା ଏତେ ଭୟଙ୍କର ଦେଖାଯାଏ ଯେ ଡରରେ ଦେହ ଶୀତେଇଯିବ। କିନ୍ତୁ ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି। ଭାବୁଥିବେ ଏହା କିଭଳି ସମ୍ଭବ। ତେବେ ପ୍ରକୃତ କଥା ହେଲା ଏହା ସତସତିକା ଡ୍ରାଗନ ନୁହେଁ ବରଂ ଏକ ବଡ଼ ପ୍ରତିମୂର୍ତ୍ତି, ଯାହା କାମେଙ୍କା ଗ୍ରାମରେ ଥିବା ‘କୁଡାଏକିନା ଗୋରା’ ଫ୍ୟାମିଲି ପାର୍କରେ ଅଛି। ଉକ୍ତ ପ୍ରତିମୂର୍ତ୍ତିକୁ ୟୁକ୍ରେନ୍‌ର ସ୍ଥପତି ଭ୍ଲାଡିମିର କୋଲେସ୍‌ନିକୋଭ୍‌ ତିଆରି କରିଛନ୍ତି। ଯାହାର ଉଚ୍ଚତା ୧୫ ମିଟର ଓ ଆକାର ଏତେ ବଡ଼ ଯେ, ତାହା ସତ ଦୈତ୍ୟ ଭଳି ଲାଗେ। ୨୦୧୫ରେ ଏହାର ନିର୍ମାଣ ଆରମ୍ଭ ହୋଇ ୨୦୧୭ରେ ସରିଥିଲା।

Share