Categories: ଜାତୀୟ

୩ ଘଣ୍ଟିଆ ଚକା ଜାମ୍‌: ଦିଲ୍ଲୀ ସୀମା ସିଲ୍‌-୧୦ ମେଟ୍ରୋ ଷ୍ଟେଶନ ବନ୍ଦ

ନୂଆଦିଲ୍ଲୀ, ୬।୨: କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଶନିବାର ୩ ଘଣ୍ଟିଆ ଚକା ଜାମ୍‌ ମଧ୍ୟାହ୍ନ ୧୨ଟାଠାରୁ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହୋଇଥିଲା। ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବ୍ୟତିତ ଦେଶରେ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଚକା ଜାମ୍‌ କରାଯାଇଥିଲା। ଏହି ପ୍ରଦର୍ଶନ ଶାନ୍ତିପୁର୍ଣ୍ଣ ଭାବେ କରାଯାଇଥିବା ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ କୁହାଯାଇଛି। ସୁୂରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର ସମସ୍ତ ସୀମାକୁ ସିଲ୍‌ କରି ଦିଆଯାଇଥିଲା। ସେହିପରି ଦିଲ୍ଲୀର ୧୦ ମେଟ୍ରୋ ଷ୍ଟେଶନକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରି ଦିଆଯାଇଥିଲା। ଦିଲ୍ଲୀର ସିଙ୍ଘୁ ଏବଂ ଗାଜିପୁର ବର୍ଡର ବହୁସ୍ତରୀୟ ବ୍ୟାରିକେଡ ବ୍ୟବସ୍ଥା ସହିତ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ। ଆନ୍ଦୋଳନକାରୀମାନେ ରାସ୍ତାରେ ବସି ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଚାଷୀ ସଂଗଠନଗୁଡ଼ିକର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହକୁ କଂଗ୍ରେସ ପକ୍ଷରୁ ସମର୍ଥନ କରାଯାଇଛି। ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କ ଗାନ୍ଧି ଭଦ୍ରା ଏନେଇ କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କରିଛନ୍ତି। କଳା କୃଷି ଆଇନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଫେରାଇ ନେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।

Share