୩ ଘଣ୍ଟା ପରେ ମୋବାଇଲ ଟାଓ୍ବାରରୁ ଉଦ୍ଧାର ହେଲେ ଯୁବକ

ଜୁନାଗଡ,୯।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଣିଜରା ପଞ୍ଚାୟତ ପୁରୁଣାସର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ ସମସ୍ୟାକୁ ନେଇ ଗ୍ରାମର ଜଣେ ଯୁବକ ସ୍ଥାନୀୟ ୧୮୦ ଫୁଟ ଉଚ୍ଚର ମୋବାଇଲ ଟାୱାରରେ ଚଢି ଯାଇଥିଲେ। ପରେ ସେ ତଳକୁ ଡେଇଁ ଆମତ୍ହତ୍ୟା କରିବା ଧମକ ଦେଉଥିଲେ। ଯୁବକ ଜଣକ ହେଲେ ଶୁସାନ୍ତ ମଶ୍ରା (୨୨)। ଏନେଇ ଗ୍ରାମବାସୀ ଜୁନାଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। କର୍ମଚାରୀ ପହଞ୍ଚି ୩ ଘଣ୍ଟାର ଅପ୍ରେଶନ ପରେ ଯୁବକଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଉମାକାନ୍ତ ଜେନା, କୈଳାସ ବିଶୋଇ, ଜିତେନ୍ଦ୍ର ପଟେଲ ପ୍ରମୁଖ ସାମିଲ ଥିଲେ।

Share