ପଦ୍ମମପୁର,୨୩।୨(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଗ୍ରାମର ଆଲୋକ ନାମକ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗି ତିନି ବଖରା ଘର ସମ୍ପୂର୍ଣ୍ଣ ଜଳି ଯାଇଛି। ନିଆଁରେ ନଗଦ ୨୫ହଜାର ଟଙ୍କା, ବାସନ, ଲୁଗାପଟା ଓ ଏକ ମୋଟର ସାଇକେଲ ଜଳିି ଯାଇଛି। ଖବର ପାଇ ବାସୁଦେବପୁର ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି।