ଇସ୍ରାଏଲ ନାଗରିକଙ୍କ ଉପରେ ଗୁଳି ଚଳାଇଲା ପାଲେଷ୍ଟାଇନ, ୩ ଜଣଙ୍କର ମୃତ୍ୟୁ

ଜେରୁଜେଲମ,୩୦।୧୧: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ପରେ ସାତ ଦିନ ଧରି ଅସ୍ତ୍ରବିରତି ଚାଲିଛି। ଅକ୍ଟୋବର ୭ରେ ଗାଜା ସ୍ଥିତ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ୫ ହଜାର ରକେଟ ଗୁଳି ଚଳାଇଥିଲା। ଏହାର ପ୍ରତିଶୋଧ ନେଇ ଇସ୍ରାଏଲ ହମାସ ଉପରେ ଆକ୍ରମଣ କରିଥିଲା। କିନ୍ତୁ ଗତ କିଛି ଦିନ ହେବ ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ଜାରି ରହିଛି।

କିନ୍ତୁ ଅସ୍ତ୍ରବିରତିର ସପ୍ତମ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ଯିରୁଶଲମରେ ଗୁଳି ବିନିମୟରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ପାଲେଷ୍ଟାଇନ ଆକ୍ରମଣକାରୀମାନେ ସକାଳ ପ୍ରାୟ ୭.୪୦ରେ ଏକ ବସ୍‌ଷ୍ଟାଣ୍ଟରେ ଗୁଳିଚାଳନା କରିଥିଲେ। ଯେଉଁଥିରେ ତିନି ଜଣ ଇସ୍ରାଏଲ ନାଗରିକ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ପୁନର୍ବାର ସେହି ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।

Share