ଖୋଜି ଖୋଜି ୩ ମାଓବାଦୀଙ୍କୁ ଧରିଲେ

ମାଲକାନଗିରି,୮ା୯(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ଯବାନଙ୍କୁ ବଡ଼ ସଫଳତା ମିଳିଛି। ସର୍ଚ୍ଚ ଅପରେଶନବେଳେ ମାଓବାଦୀଙ୍କ ଏକ ସ୍ମାରକୀ ସ୍ତୂପକୁ ଭଙ୍ଗାଯିବା ସହ ବିଜାପୁର ଜିଲା ବାସାଗୁଡ଼ା ଥାନା ମୁରୁଦଣ୍ଡାପଟେଲପାରା ଜଙ୍ଗଲରୁ ୩ ମାଓବାଦୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଜାଗରଗୁଣ୍ଡାର କୁଞ୍ଜାମ ସନ୍ନା(୩୦), ବାସାଗୁଡ଼ା ଗ୍ରାମର କାଡ଼ତି ଭୀମା(୩୧) ଏବଂ କାଡ଼ତି ସୁଲା(୨୧)।

ସୂଚନା ଅନୁଯାୟୀ, ଗିରଫ ୩ ମାଓବାଦୀ ତ୍ରିପୁରାରେ ଆଇଇଡି ବିସ୍ଫୋରଣ ସମେତ ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଏଥିସହ ସଙ୍ଗଠନକୁ ସୁଦୃଢ଼ କରିବାକୁ କାର୍ଯ୍ୟ କରୁଥିଲେ। ଯବାନମାନେ ନେଣ୍ଡା ଜଙ୍ଗଲରେ ରହିଥିବା ମାଓବାଦୀ ସ୍ତୂପକୁ ମଧ୍ୟ ବିସ୍ଫୋରକ ଦ୍ୱାରା ଭାଙ୍ଗିଦେଇଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ଅପରେଶନକୁ ଜୋର୍‌ଦାର କରାଯାଇଥିବା ସୂଚନା ମିଳିଛି।

Share