Categories: ଜାତୀୟ

ଦିଲ୍ଲୀ ନଗର ନିଗମ ଓ୍ବାର୍ଡର ପରସିମନ ପାଇଁ ୩ ଜଣିଆ କମିଟି, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପଦକ୍ଷେପ…

ନୂଆଦିଲ୍ଲୀ, ୯।୭ : ଦିଲ୍ଲୀର ନଗର ନିଗମ ୱାର୍ଡର ସୀମା ନିର୍ଦ୍ଧାରଣ ପାଇଁ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି। ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଏହି କମିଟିର ଅଧ୍ୟକ୍ଷ ରାଜ୍ୟ ନିର୍ବାଚନ କମିଶନର ବିଜୟ ଦେବ ହେବେ। ଅପରପକ୍ଷରେ ଗୃହ ଓ ନଗର ମନ୍ତ୍ରଣାଳୟର ଯୁଗ୍ମ ସଚିବ ପଙ୍କଜ ସିଂ ଏବଂ ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେଶନର ଅତିରିକ୍ତ କମିଶନର ରଣଧୀର ସହାୟଙ୍କୁ ସଦସ୍ୟ କରାଯାଇଛି।

ମେ ୨୨ରୁ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନର ଏକୀକରଣ କାର୍ଯ୍ୟ ହୋଇସାରିଛି। ଇଣ୍ଟିଗ୍ରେଟେଡ ମ୍ୟୁନିସିପାଲିଟି କର୍ପୋରେଶନରେ, ବର୍ତ୍ତମାନ ୨୭୨ ବଦଳରେ କେବଳ ୨୫୦ଟି ସିଟ ରହିବ। ତେଣୁ ବର୍ତ୍ତମାନ ଏକ ନୂତନ ଢ଼ଙ୍ଗରେ ପରସିମନ ହେବ। ଏହା ପରେ ଲୋକଙ୍କଠାରୁ ଆପତ୍ତି ଗ୍ରହଣ କରାଯିବ। ତା’ପରେ ସିଟ ସ୍ଥିର ହେବ। ଏଥିସହିତ ସଂରକ୍ଷିତ ସିଟ ସମ୍ପର୍କରେ ସ୍ଥିତି ସ୍ପଷ୍ଟ ହେବ।

Share