
ଗଞ୍ଜାମ,୭ା୪(ବିଦ୍ୟାଧର ସାହୁ)-ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମର ଗୋଟିଏ ପରିବାରତ ତିନିଜଣ ମାଆ ଝିଅ ଓ ପୁଅ କୌଣସି କାରଣରୁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଉକ୍ତ ଘଟଣା ସମଗ୍ର ଗଞ୍ଜାମ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ଜଣାପଡିଛି। ଖବର ପାଇ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ବୋହୁ ନାତି ନାତୁଣୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ଶାଶୁ ଏସ ଲକ୍ଷ୍ମୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଏଥିସହ ବିଧାୟକଙ୍କ ଉପସ୍ଥିତରେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଘଟଣା ସ୍ଥଳରେ ପହଞ୍ଚତ୍ ଶୁଦ୍ଧିକ୍ରିୟା ନିମନ୍ତେ ରେଡ଼କ୍ରସ ପାଣ୍ଠିରୁ ୯୦ ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି। ପ୍ରଦାନ ବେଳେ ସରପଞ୍ଚ ପ୍ରତିନିଧି ବିଦ୍ୟାଧର ପ୍ରଧାନ, ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ଛୋଟରାୟ, ଏସ ରାମଚନ୍ଦ୍ର ରେଡ୍ଡୀ ଏବଂ ମୃତକଙ୍କ କିଛି ସମ୍ପ୍ରକୀୟ ଉପସ୍ଥିତ ଥିଲେ। ସ୍ଥାନୀୟ ଯୁବ ବିଧାୟକଙ୍କ ତତକ୍ଷଣାତ୍ମକ ପଦକ୍ଷେପକୁ ଗ୍ରାମବାସୀ ଭୂୟାଁସୀ ପ୍ରଶଂସା କରିଛନ୍ତି।