କେନ୍ଦୁଝର,୧୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ହୋଲି ଧୁମଧାମରେ ପାଳନ ହୋଇଥିବା ବେଳେ କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣାଘଟିଛି। ଶନିବାର ସକାଳେ ଚମ୍ପୁଆ ଥାନା ରଜିଆ ଛକ ନିକଟରେ ଏକ ଟ୍ରକଧକ୍କାରେ ବାଇକ୍ରେ ଯାଉଥିବା ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକ ଧକ୍କାରେ ମା’ ବାପାଙ୍କ ସହିତ ପୁଅ ଆଖିବୁଜିଛନ୍ତି। ସେମାନେ ହେଲେ ସାନନଇ ଗ୍ରାମର ଅଇବାନ ପ୍ରଧାନ, ମଥା ପ୍ରଧାନ, ମଙ୍ଗଳ ପ୍ରଧାନ। ଘଟଣାସସ୍ଥଳରେ ଉତ୍ତେଜନା ଲାଗିରହିଛି। ଏକ ଶୁଦ୍ଧିକ୍ରିୟା କାର୍ଯ୍ୟ ପାଇଁ ଘରୁ ମୁଖ୍ୟରାସ୍ତାକୁ ବାଇକ ଯୋଗେ ବାହାରୁଥିବା ସମୟରେ ଏକ ଦୃତଗାମି ଟ୍ରକ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ମା’ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲ ନେବା ବାଟରେ ଅନ୍ୟ ପୁଅଙ୍କ ମୃତ୍ୟୁଘଟିଛି । ୫ ଘଣ୍ଟା ରାସ୍ତାଅବରୋଧ ପରେ ବର୍ତ୍ତମାନ ହଟିଛି।