
ଗଞ୍ଜାମ,୭ା୪(ବିଦ୍ୟାଧର ସାହୁ):ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ସହ ବିଷ ପିଇଦେଇଛନ୍ତି ଭଉଣୀଭାଇ। ଫଳରେ ଏହି ୩ ଜଣଙ୍କୁ ଏମ୍କେସିଜି ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତ ବ୍ୟକ୍ତି ମାନେ ହେଲେ ମା’ ଏସ ମାମା ରେଡ୍ଡୀ (୪୧) ପୁଅ ରାକେଶୀ(୨୨)ଏବଂ ଝିଅ ଏସ୍ ମୀନା (୧୭)। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ବିଷ ପିଇଥିବା ସୂଚନା ମିଳିଛି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଚଳାଇଛି।
ମିଳିଥିବା ସୂଚନାନୁଯାୟୀ, ଗତକାଲି ପାଳିବନ୍ଧରେ ଠାକୁରାଣୀ ଯାତ୍ରା ପାଇଁ ଆଲୋଚନା ଚାଲିଥିବା ବେଳେ ଉକ୍ତ ପରିବାର କାହାର ଦେଖା ନ ଥିଲା। ଫଳରେ ଗାଁର କିଛି ବ୍ୟକ୍ତି ଘରକୁ ଯାଇ ଦେଖିଲା ପରେ ୩ ଜଣ ଘରେ ଅଚେତ ପଡ଼ିଥିଲେ ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା ସେଠାରେ ଡାକ୍ତର ଜଣଙ୍କ ପରେ ଜଣଙ୍କ ମୃତ ଘୋଷଣା କରିଥିଲେ l ପୂର୍ବରୁ ମାମାଙ୍କର ସ୍ବାମୀ ରବୀନ୍ଦ୍ରଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ। ହୋଇଯାଇଥବା ଜଣାପଡ଼ିଛି। ରାକେଶ ଡିପ୍ଲୋମା ଛାତ୍ର ଥିବା ବେଳେ ମୀନା ଯୁକ୍ତଦୁଇରେ ଅଧ୍ୟୟନ କରୁଥିଲେ।