Categories: ଜାତୀୟ

ମୋଦିଙ୍କ ରାଲିକୁ ଯାଉଥିବା ବସ୍‌ ଧକ୍କାରେ ଗଲା ପରିବାରର ୩ ଜୀବନ

ସାହରନପୁର, ୪।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡେରାଡୁନ୍‌ ରାଲିକୁ ଲୋକ ନେଇ ଯାଉଥିବା ଏକ ବସ୍‌ ଧକ୍କାରେ ଚାଲିଯାଇଛି ଗୋଟିଏ ପରିବାରର ୩ ଜଣଙ୍କ ଜୀବନ। ସେହି ପରିବାର ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଉତ୍ତରପ୍ରଦେଶ ସାହରନପୁର ଜିଲାର ମୋହନ୍ଦ ନିକଟରେ ଏହି ଦୁର୍ଘଟଣା ଘଟିଛି। ଶନିବାର ସକାଳେ ଉକ୍ତ ପରିବାର ଏକ ବିବାହ ଉତ୍ସବ ଲାଗି କିଣାକିଣି କରିବାକୁ କାର୍‌ ଯୋଗେ ସହରନପୁର ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବସ୍‌ଟି ମୁହାଁମୁହିଁ ଧକ୍କା ଦେଇଥିଲା।

ଖବର ଅନୁଯାୟୀ ଝିଅ ଶିଳ୍ପା (୨୨)ଙ୍କ ବିବାହ ପାଇଁ ବାପା ପ୍ରବୀଣ ଚୌହାନ (୪୫), ମାଆ ମଞ୍ଜୁ (୪୨) ଏବଂ ଦୁଇ ଭାଇ ଦୀକ୍ଷାନ୍ତ (୨୦) ଓ ବିଷ୍ଣୁ (୧୭) ଶପିଂ କରିବାକୁ ସେମାନଙ୍କ ଓ୍ବାଗନର କାର୍‌ରେ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ପ୍ରବୀଣ, ମଞ୍ଜୁ ଓ ଶିଳ୍ପାଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଭାଇଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share