Categories: ଜାତୀୟ

ଜମ୍ମୁ-କଶ୍ମୀରରେ ୩ ଲଶ୍କର ଆତଙ୍କବାଦୀ ଗିରଫ: ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର, ୧୯।୯: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷା ବଳଙ୍କ ସଫଳତା ମିଳିଛି। ଏଠାରେ ୩ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ରାଜୌରୀ ଜିଲାରୁ ଶନିବାର ଆତଙ୍କବାଦୀମାନଙ୍କୁ ଗିରଫ କରାଯାଇଛି। ସେମାନେ ବଡ଼ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚିଥିଲେ। ମିଳିତ ସୁରକ୍ଷାକର୍ମୀଙ୍କୁ ଚଢ଼ାଉ ଯୋଗୁ ଏହା ପଣ୍ଡ ହୋଇଛି। କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ କରାଯାଇଥିଲା। ସେମାନଙ୍କୁ ଆତ୍ମସମର୍ପଣ ଲାଗି ସତର୍କ ସୂଚନା ଦିଆଯାଇଥିଲା। ଗିରଫ ହୋଇଥିବା ଆତଙ୍କବାଦୀଙ୍କଠାରୁ ବହୁ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେଥିମଧ୍ୟରେ ୨ଟି ଏକେ-୫୬ ରାଇଫଲ, ୨ଟି ପିସ୍ତଲ, ୪ ଗ୍ରେନେଡ୍‌ ଏବଂ ନଗଦ ଏକ ଲକ୍ଷ ଟଙ୍କା ଜବତ ହୋଇଛି। ଏନେଇ ଜମ୍ମୁ ଆଇଜି ମୁକେଶ ସିଂ ସୂଚନା ଦେଇଛନ୍ତି।

Share