ଏସ୍‌ସିବିରୁ ପୁଣି ୩ ଦଲାଲ ଗିରଫ

କଟକ ଅଫିସ,୫।୪: କଟକ ଏସ୍‌ସିବି ମେଡିକାଲରୁ ରବିବାର ପୁଣି ୩ ଜଣ ଦଲାଲଙ୍କୁ ମଙ୍ଗଳାବାଗ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଏସ୍‌ସିବି କ୍ୱାର୍ଟର୍ସ ନଂ.୩ ଧୋବିଲେନ ଅଞ୍ଚଳର ମୁକେଶ ନାୟକ(୩୩), ମଙ୍ଗଳାବାଗ ଥାନା ସଗଡିଆ ସାହି ଅଞ୍ଚଳର ପ୍ରୀତମ ନାୟକ (୩୮), ଖୋର୍ଦ୍ଧା ଜିଲା ନିରାକାରପୁର ଅଞ୍ଚଳର ସରୋଜ ମହାପାତ୍ର(୪୪)। ସେମାନଙ୍କଠାରୁ ଏକ ଆମ୍ବୁଲାନ୍ସ(ନଂ. ଓଡ଼ି୦୫ଏଜେଡ-୩୩୦୨) ଜବତ କରାଯାଇଛି। ମଙ୍ଗଳାବାଗ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସିପି ଏସ୍‌କେ. ସରିଫଉଦ୍ଦିନ କହିଛନ୍ତି, ଶନିବାର ଏହି ଥାନାରେ ଜଗନ ସାହୁ ଏକ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ଜଗନଙ୍କ ବନ୍ଧୁ ମଣ୍ଟୁ ମହାକୁଡ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଆଉଟ୍‌ ସୋର୍ସିଂରେ କାମ କରୁଥିବା ଅଭିଯୁକ୍ତମାନେ କହିଥିଲେ, ଏଠାରେ ଠିକ୍‌ଭାବେ ଚିକିତ୍ସା କରାଯାଉନାହିଁ। ଏଣୁ ଯୋବ୍ରାସ୍ଥିତ ଏକ ନର୍ସିଂହୋମ୍‌କୁ ନିଆଗଲେ ରୋଗୀ ଶୀଘ୍ର ଭଲ ହୋଇଯିବେ। ଏଥିସହ ସେମାନେ ରୋଗୀଙ୍କ ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କା ମାଗିଥିଲେ। ହେଲେ ଜଗନ ୩୮,୦୦୦ ଟଙ୍କା ଦଲାଲଙ୍କୁ ଦେଇଥିଲେ। ପରେ ସେମାନେ ଏକ ଆମ୍ବୁଲାନ୍ସ ଡାକିଥିଲେ। ତେବେ ସେମାନଙ୍କ ଉପରେ ସନ୍ଦେହ ହେବାରୁ ଏସ୍‌ସିବି କାଜୁଆଲ୍‌ଟିରେ ଥିବା ଡାକ୍ତର ଏବଂ କର୍ମଚାରୀମାନଙ୍କୁ ସେମାନଙ୍କ ବିଷୟରେ ଜଗନ ପଚରାଉଚରା କରିଥିଲେ। ଏହାପରେ ସେ ସତ୍ୟତା ଜାଣିପାରି ଅଭିଯୁକ୍ତଙ୍କୁ ଟଙ୍କା ଫେରସ୍ତ ପାଇଁ କହିଥିଲେ। ଅଭିଯୁକ୍ତମାନେ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ ଜଗନଙ୍କୁ ଧମକ ଦେଇଥିଲେ। ଏନେଇ ଜଗନ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁ କରିଥିଲା। ସୂଚନାଥାଉକି, ଗତ ୨ ତାରିଖରେ ମଙ୍ଗଳାବାଗ ପୋଲିସ ଏସ୍‌ସିବିରୁ ୬ ଜଣ ଦଲାଲଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଆରଆଇଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ, ୮ଟି ପ୍ଲଟ୍‌, ନଗଦ ଟଙ୍କା ସମେତ ମିଳିଲା…

କୋରାପୁଟ। ବୋରିଗୁମ୍ମା,୨୬।୧୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ): ଭିଜିଲାନ୍ସ ଜାଲରେ କୋରାପୁଟ ଜିଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଏଆରଆଇ। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ...

ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ପରେ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଢ଼ିଲା ଦାବି

ଭୁବନେଶ୍ୱର,୨୬ା୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ଗ୍ରହଣ କରିବା ପରେ ହରିବାବୁ କମ୍ଭମପତିଙ୍କୁ ରାଜ୍ୟର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ...

ନବୀନଙ୍କ ପରେ କିଏ? ଉତ୍ତରରେ ନବୀନ କହିଲେ ମୋ’ ପରେ…

ଭୁବନେଶ୍ୱର,୨୬ା୧୨: ଗୁରୁବାର ଶଙ୍ଖଭବନରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିସହିତ...

ଟ୍ରେନ ସୁରକ୍ଷାରେ ଥିଲେ, ଟ୍ରେନରେ କଟିଗଲେ

ତିହିଡି,୨୬।୧୨(ସଞ୍ଜିତ ବଳ): ଟ୍ରେନ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ଘଟଣା ହେଉଛି ତିହିଡି ବ୍ଲକ ପୀରହାଟ ଥାନା...

ନବୀନଙ୍କୁ କଡ଼ା ଟାର୍ଗେଟ୍‌ କଲେ ଧର୍ମେନ୍ଦ୍ର, କହିଲେ ୨୪ ବର୍ଷରେ ଯିଏ ପାଣି ଯୋଗାଇ ପାରିଲେନି ସେ ପୁଣି…

ଭୁବନେଶ୍ୱର,୨୬ା୧୨: ଗୁରୁବାର ବିଜେଡିର ପ୍ରତିଷ୍ଠା ଦିବସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭାଜପା ଉପରେ ବର୍ଷିଥିବାବେଳେ ନବୀନଙ୍କୁ ମଧ୍ୟ କଡ଼ା ଟାର୍ଗେଟ୍‌ କରି ଭାଜପା ସମାଲୋଚନା...

କେନ୍ଦ୍ର ଫୋକସ୍‌ରେ ଓଡ଼ିଶା, ଶାହା ଆସିବେ ହେଲେ ସମ୍ବଲପୁର ଯିବେନି…

ଭୁବନେଶ୍ୱର,୨୬।୧୨: ଚଳିତ ମାସ ୨୮ ତାରିଖରେ ଭୁବନେଶ୍ବର ଆସିବେ ଅମିତ ଶାହା। ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏହି ସୂଚନା ଦେଇଛନ୍ତି।...

ବିଜେଡିର ପ୍ରତିଷ୍ଠା ଦିବସରେ ଏକାଠୀ ହେଲେ ନେତା କର୍ମୀ

ଛତ୍ରପୁର,୬।୧୨ (ଦିଲ୍ଲୀପ ସାମଲ): ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ବିଜୁ ଜନତା ଦଳ ୨୮ତମ ପ୍ରତିଷ୍ଠା ଉତ୍ସବ ଗୁରୁବାର ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ...

ଆଜି ଓଡ଼ିଶା ଛାଡିବେ ରଘୁବର, ଅଛି ବଡ଼ ପ୍ଲାନ!

ଭୁବନେଶ୍ୱର,୨୬।୧୨: ଓଡ଼ିଶା ଛାଡିବେ ବିଦାୟୀ ରାଜ୍ୟପାଳ ରଘୁବର ଦାସ। ଆଜି ସେ ଓଡ଼ିଶାରୁ ବିଦାୟ ନେବେ। ଏନେଇ ଅତିଥି ଭବନରେ ରଘୁବରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri