Categories: ଜାତୀୟ

ଶକ୍ତିଶାଳୀ ହେବ ବାୟୁସେନା: ଭାରତକୁ ପୁଣି ଆସୁଛି ଆଉ ୩ ରାଫାଲ

ଗାନ୍ଧୀନଗର,୪।୧୧:ଭାରତୀୟ ବାୟୁସେନା ଆହୁରି ଶକ୍ତିଶାଳୀ ଓ ସୁଦୃଢ଼ ହେବାକୁ ଯାଉଛି। ନିଜର ପରାକ୍ରମ ଦେଖାଇବା ସହ ଶତ୍ରୁଙ୍କୁ ପରାଜୟ କରିବା ପାଇଁ ଆଉ ୩ରାଫାଲ ଯୁଦ୍ଧ ବିମାନ ବୁଧବାର ଭାରତକୁ ଆସୁଛି। ବୁଧବାର ସନ୍ଧ୍ୟାରେ ଗୁଜରାଟ ଜାମନଗର ଏୟାର ବେସ୍‌ରେ ଏହା ଅବତରଣ କରିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହି ଯୁଦ୍ଧ ବିମାନ ଫ୍ରାନ୍ସ ଏୟାରବେସ୍‌ରୁ ଉଡାଣ ଭରିସାରିଥିବା ବେଳେ ରାସ୍ତାରେ କେଉଁଠି ନ ଅଟକି ସିଧା ଭାରତରେ ପହଞ୍ଚିବ। ତେବେ ଏହି ଲମ୍ବା ଯାତ୍ରା ସମୟରେ ଇନ୍ଧନର ସମସ୍ୟା ନ ଉପୁଜିବା ପାଇଁ ଫ୍ରାନ୍ସ ବାୟୁସେନାର ଆକାଶରେ ଇନ୍ଧନ ଭରୁଥିବା ଏକ ବିମାନ ମଧ୍ୟ ସାଙ୍ଗରେ ରହିବ ବୋଲି ସୂତ୍ରରୁ ସୂଚନା ମିଳିଛି। ଏହା ପୂର୍ବରୁ ଜୁଲାଇ ୨୮ରେ ଫ୍ରାନ୍ସରୁ ୫ଟି ରାଫାଲ ଯୁଦ୍ଧ ବିମାନ ଭାରତକୁ ଆସିଥିଲା। ଫ୍ରାନ୍ସ ଓ ଭାରତ ମଧ୍ୟରେ ୩୬ଟି ରାଫାଲ ବିମାନ ଚୁକ୍ତି ସ୍ବାକ୍ଷରିତ ହୋଇଥିବା ବେଳେ ସେଥିମଧ୍ୟରୁ ୫ଟି ଭାରତକୁ ହସ୍ତାନ୍ତର କରାଯାଇସାରିଛି।

Share