ସାଧାରଣ ନିର୍ବାଚନ ପୂର୍ବରୁ ୩ ନୂଆ ରାଜନୈତିକ ଦଳକୁ ମିଳିଲା ମାନ୍ୟତା, ମୋଟ ସଂଖ୍ୟା ୧୭୦ ପାର

ଇସଲାମାବାଦ,୧୨।୮: ଖୁବ ଶୀଘ୍ର ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ପାକିସ୍ତାନର ପ୍ରାୟ ସମସ୍ତ ରାଜନୈତିକ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ଦେଶର ନିର୍ବାଚନ ଆୟୋଗ ତିନୋଟି ନୂତନ ରାଜନୈତିକ ଦଳକୁ ସ୍ବୀକୃତି ପ୍ରଦାନ କରିଥିବା ଖବର ଆସିଛି। ପାକିସ୍ତାନୀ ଗଣମାଧ୍ୟମକୁ ଆଧାର କରି ଏହି ଖବର ଆସିଛି। ନିର୍ବାଚନ ଆୟୋଗର ମୁଖପାତ୍ର କହିଛନ୍ତି ଯେ ଏହି ତିନିଟି ନୂତନ ଦଳର ମାନ୍ୟତା ହିସାର ମୁସଲିମ ପାର୍ଟି, ଅପନି ପାର୍ଟି ପାକିସ୍ଥାନ ଏବଂ ହକ ଦୋ ତେହେରିକ ବାଲୁଚିସ୍ତାନର ନାମ ରହିଛି।

ପାକିସ୍ତାନର ନିର୍ବାଚନ ଆୟୋଗ କହିଛନ୍ତି ଯେ ବର୍ତ୍ତମାନ ଦେଶର ମୋଟ ରାଜନୈତିକ ଦଳର ସଂଖ୍ୟା ୧୭୧କୁ ବୃଦ୍ଧି ପାଇଛି। ୨୦୨୩ରେ ପାକିସ୍ତାନରେ ଜନସଂଖ୍ୟା ଗଣନା କରାଯାଇଛି, ଯାହା ପରେ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ଦାବି ରହିଛି। ଏହାକୁ ନେଇ ଚର୍ଚ୍ଚା କରିବାକୁ ନିର୍ବାଚନ ଆୟୋଗର ଅଧିକାରୀ, ସଚିବ ସ୍ତରର ଅଧିକାରୀ ଏବଂ ଆଇନ ବିଶେଷଜ୍ଞଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଖୁବ ଶୀଘ୍ର ସ୍ଥିର ହେବ ଯେ ସେଠାରେ ଜନଗଣନା ହେବ କି ନାହିଁ। ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଭି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ବିରୋଧୀ ଦଳର ନେତା ରାଜା ରିଆଜଙ୍କୁ ଖୁବ ଶୀଘ୍ର ଜଣେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ କହିଛନ୍ତି। ଉଭୟ ନେତା ଏହି ବିଷୟରେ ପୂର୍ବରୁ ସାକ୍ଷାତ କରିସାରିଛନ୍ତି ଏବଂ ଖୁବ ଶୀଘ୍ର ଆଉ ଏକ ରାଉଣ୍ଡ ବୈଠକ ଅନୁଷ୍ଠିତ ହେବ, ଯେଉଁଥିରେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନାମରେ ମୋହର ଲାଗିବ।

Share