Categories: ଜାତୀୟ

ଗୁଳି କରି ପରିବାରର ୩ ଜଣଙ୍କୁ ହତ୍ୟା: ଜାଳି ଦେଲେ ଘର

ଲକ୍ଷ୍ନୌ,୧୫ା୯: ଉତ୍ତରପ୍ରଦେଶର କୌଶମ୍ବିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜମି ବିବାଦକୁ ନେଇ ପଡୋଶୀଙ୍କ ଗୁଳି ମାଡ଼ରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି।

ମୋହିଉଦ୍ଦିନପୁର ଗ୍ରାମର ହୋରିଲାଲ୍‌(୬୨) ତାଙ୍କ ଝିଅ ବ୍ରଜକାଳୀ(୨୨) ଏବଂ ଜ୍ୱାଇଁ ଶିବସାଗର(୨୬) ଘର ବାହାରେ ଶୋଇଥିବା ବେଳେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏପରିକି ଦୁର୍ବୃତ୍ତମାନେ ପରିବାରର ଦୁଇଟି ଘରେ ନିଆଁ ଲାଗାଇ ଜାଳି ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ହୋରିଲାଲ୍‌ଙ୍କ ମୋହିଉଦ୍ଦିନପୁର ଗ୍ରାମର ପଣ୍ଡା କ୍ରସିଂ ନିକଟରେ ଏକ ଜମି ରହିଥିବା ବେଳେ ତାଙ୍କର କେତେଜଣ ସମ୍ପର୍କୀୟ ଏହାକୁ ତାଙ୍କର ବୋଲି ଦାବି କରି ଆସୁଛନ୍ତି। ହେଲେ ହୋରିଲାଲ୍‌ ଉକ୍ତ ବିବାଦୀୟ ଜମିରେ ଏକ ଘର କରି ଝିଅ-ଜ୍ୱାଇଁଙ୍କ ସହ ରହୁଥିଲେ।

Share