Categories: ଜାତୀୟ

ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କଟିଗଲା ବିଦ୍ୟୁତ୍‌: ଇଞ୍ଜିନିୟର ସମେତ ୩ ନିଲମ୍ବିତ

ଲକ୍ଷ୍ନୌ,୨୩।୫: ଉତ୍ତରପ୍ରଦେଶରେ ହଠାତ୍‌ ପାଣିପାଗର ପରିବର୍ତ୍ତନର ପ୍ରଭାବ ୩ ଅଧିକାରୀଙ୍କ ଉପରେ ପଡ଼ିଛି। ରାଜଧାନୀ ଲକ୍ଷ୍ନୌ ସ୍ଥିତ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣରେ ସମୟରେ କରେଣ୍ଟ କଟିଯାଇଥିଲା। ଏହାପରେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଟ୍ରାନ୍ସମିସନ ସମେତ ୩ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି। ଆଉ ଜଣେ ଅଧିକାରୀଙ୍କୁ ବରଖାସ୍ତ କରାଯାଇଛି। ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଟ୍ରାନ୍ସମିସନ ସଞ୍ଜୟ ପାସୱାନ, ସବ୍‌ଡିଭିଜନାଲ ଅଫିସର ପୁଷ୍ପେଶ ଗିରି ଏବଂ ଜୁନିଅର ଇଞ୍ଜିନିୟର ଅମର ରାଜ ସାମିଲ ଅଛନ୍ତି। ଏଥିସହ ସବ୍‌ଷ୍ଟେସନ ଅପରେଟର ଦୀପକ ଶର୍ମାଙ୍କ ସେବାକୁ ସମାପ୍ତ କରାଯାଇଛି। ଟ୍ରାନ୍ସମିସନ ସବ୍‌ଡିଭିଜନ ମାର୍ଟିନପୋର୍ଭା ଲାଇନ ଟ୍ରିପ ହେବା ପରେ ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଲାଇନ ଟ୍ରିପ୍‌ ହେବା ପରେ ବିଧାନସଭା ସମେତ ଆଖପାଖ ଅଞ୍ଚଳରେ କରେଣ୍ଟ ପଳାଇଯାଇଥିଲା। ପାଣିପାଗ ପରିବର୍ତ୍ତନ ଯୋଗୁ ସୋମବାର ରାଜଧାନୀ ଦିଲ୍ଲୀ ଓ ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ବର୍ଷା ସହ ଝଡ଼ ତୋଫାନ ହୋଇଥିଲା।

Share