Categories: ଜାତୀୟ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୨୫।୮: ଜମ୍ମୁ-କଶ୍ମୀରର ବାରମୁଳା ଜିଲାର ଉରି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଅନୁପ୍ରବେଶ ଉଦ୍ୟମକୁ ରୋକିବାବେଳେ ସୁରକ୍ଷାବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଏକ ଟିମ୍‌ କମଲକୋଟରୁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସୀମା ଆରପାରିକୁ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହାପୂର୍ବରୁ ସୋମବାର ରାତିରେ ରାଜୋରୀସ୍ଥିତ ଲାଇନ ଅଫ କଣ୍ଟ୍ରୋଲ (ଏଲଓସି)ରେ ନୋଶେରା ସେକ୍ଟରରେ ଦୁଇଜଣ ଅନୁପ୍ରବେଶକାରୀ ସୁକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ।
ନିକଟ ଅତୀତରେ ପିର ପଞ୍ଜାଲ ପର୍ବତ ସୀମାକୁ ଲାଗିଥିବା ରାଜୋରୀ ଏବଂ ପୁଞ୍ଚ ଜିଲାରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଅନୁପ୍ରବେଶକୁ ରୋକିବା ପାଇଁ ନିରାପତ୍ତା ଗ୍ରୀଡକୁ ନିରନ୍ତର ସମୀକ୍ଷା କରି ବିସ୍ତୃତ ବ୍ୟବସ୍ଥା କରାଯାଉଛି।

Share