ଏହିସବୁ ଆସନ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି ୩ ଦଳ

ଭୁବନେଶ୍ୱର,୨୯ା୪(ସୁନୀତ୍‌ ମିଶ୍ର):ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେବ। ହେଲେ ଅଦ୍ୟାବଧି ବିଜେଡି, ଭାଜପା ତା’ର ପ୍ରାର୍ଥୀ ତାଲିକା ଘୋଷଣା ଶେଷ କରିପାରିନାହନ୍ତି। ଭାଜପା ୭ ବିଧାନସଭା ଆସନ ଘସିପୁରା, ବାରବାଟୀ-କଟକ, ବେଗୁନିଆ, ଭୋଗରାଇ, ନୀଳଗିରି, ଭଣ୍ଡାରୀପୋଖରୀ, ବରୀ, ନିମନ୍ତେ ପ୍ରାର୍ଥୀ ଚୟନ କରିନାହିଁ। ଶାସକ ବିଜେଡି ୩ଟି ଆସନ ଯଥା ଖଣ୍ଡପଡ଼ା, ନୀଳଗିରି ଓ କୋରେଇ ନିମନ୍ତେ ପ୍ରାର୍ଥୀ ଘୋଷଣା କରିନାହିଁ। ସେହିପରି କଂଗ୍ରେସ ନୀଳଗିରି ଏବଂ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଘୋଷଣା ବାକି ରଖିଛି। ସୂଚନାଥାଉ କି, ଉପରୋକ୍ତ ଆସନ ମଧ୍ୟରୁ ଚତୁର୍ଥ ପର୍ଯ୍ୟାୟରେ ଭୋଗରାଇ, ନୀଳଗିରି, ଭଣ୍ଡାରୀପୋଖରୀ, ବରୀ, କୋରେଇ ଏବଂ କାକଟପୁରରେ ଭୋଟ ଗ୍ରହଣ ହେବ।

Share