Categories: ଜାତୀୟ

ଟିଏମ୍‌ସି ନେତାଙ୍କ ସମେତ ୩ ଜଣଙ୍କୁ ଗୁଳି କରି ହତ୍ୟା, ମୁଣ୍ଡ କାଟିବାକୁ କଲେ ଉଦ୍ୟମ…

କୋଲକାତା, ୭।୭ : ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲାରେ ଟିଏମସି ନେତା ସ୍ବପନ ମାଝିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗୁଳି କରାଯାଇଥିବା ପୋଲିସ କହିଛି। ଗୁରୁବାର ପୂର୍ବାହ୍ନ (ଟା ସମୟରେ ଟିଏମସି ନେତା ତାଙ୍କ ଦୁଇ ସହଯୋଗୀଙ୍କ ସହ ଏକ ବାଇକରେ ଘରୁ ବାହାରିଥିବା ସମୟରେ କିଛି ଲୋକ ମୋଟରସାଇକେଲକୁ ଅଟକାଇ ଗୁଳି ଚଳାଇ ପଳାଇ ଯାଇଥିଲେ। ଗୁଳି ମାଡ଼ରେ ଟିଏମସି ନେତା ଏବଂ ତାଙ୍କର ଦୁଇ ସାଥୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି ରହିଛି। ପରିସ୍ଥିତିକୁ ନିୟନ୍ତ୍ରଣ ଲାଗି ବହୁ ସଂଖ୍ୟକ ପୋଲିସ ମୁତୟନ ହୋଇଛନ୍ତି। ଘଟଣାସ୍ଥଳରୁ କାର୍ଟ୍ରିଜ ଏବଂ ବୋମା ଜବତ କରାଯାଇଥିବା ସୂଚନା ମିଳିଛି।

ସ୍ବପନ ଜଣେ ଟିଏମସି ନେତା ଏବଂ ସ୍ଥାନୀୟ ପଞ୍ଚାୟତର ମଧ୍ୟ ସଦସ୍ୟ ଥିଲେ। କ୍ୟାନିଂ ପଶ୍ଚିମର ଟିଏମସି ବିଧାୟକ ପାରେଶ ରାମ ଦାସ କହିଛନ୍ତି ଯେ ହତ୍ୟାକାରୀମାନେ ପ୍ରଥମେ ଟିଏମସି ନେତାଙ୍କ ସମେତ ତିନି ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ ଏବଂ ପରେ ସେମାନଙ୍କ ମୁଣ୍ଡ କାଟିବାକୁ ଚେଷ୍ଟା କରିଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ତିନି ଜଣଙ୍କର ମୃତ୍ୟୁ ଘଟିଛି। ତଦନ୍ତ ଜାରି ରହିଛି। ମୃତକଙ୍କ ନାମ ସ୍ବପନ ମାଝି, ଝାନତୁ ହାଲଦାର ଏବଂ ଭୁତନାଥ ପ୍ରେମାନିକ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share