Categories: ଜାତୀୟ

ପୁଣି ସୀମାରେ ଗୁଳି ବିନିମୟ; ୨ ପୋଲିସ ସହ ଜଣେ ଯବାନ ଆହତ

ଶ୍ରୀନଗର,୨୪।୧୦: ପୁଣି ସୀମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ପୋଲିସ ଓ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଏହି ଗୁଳି ବିନିମୟରେ କୁଖ୍ୟାତ ଆତଙ୍କବାଦୀ ଜିଆ ମୁସ୍ତାଫା ମଧ୍ୟ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ ରବିବାର ସକାଳେ ଜମ୍ମୁ-କଶ୍ମୀର ପୁଞ୍ଜର ଭଟା ଦୁରିଆନ୍‌ ଅଞ୍ଚଳରେ ଆତଙ୍କବାଦୀ ଗୁଳିଚାଳନା କରିଥିଲେ । ଜମ୍ମୁ-କଶ୍ମୀରର ଜଣେ ପୋଲିସ କର୍ମଚାରୀଙ୍କ ସୂଚନା ଅନୁସାରେ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ପ୍ରଥମେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀ ଏବଂ ପୋଲିସଙ୍କ ଉପରକୁ ଗୁଳିଚାଳନା କରିଥିଲେ।

 

Share