Categories: ଜାତୀୟ

୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଅତିକ-ଅଶ୍ରଫଙ୍କ ୩ ହତ୍ୟାକାରୀ

ଲକ୍ଷ୍ନୌ,୧୬।୪: ମାଫିଆ ଅତିକ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫ ଅହମ୍ମଦଙ୍କ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଶନିବାର ଅତିକ-ଅଶ୍ରଫଙ୍କୁ ପୋଲିସ ସୁରକ୍ଷା ବ୍ୟବସ୍ଥାରେ ଡାକ୍ତରୀ ପରୀକ୍ଷା କରାଇବାକୁ ନେବା ବେଳେ ପୋଲିସ ଏବଂ ଖବରଦାତାଙ୍କ ଉପସ୍ଥିତିରେ ୩ ଜଣ ଅଭିଯୁକ୍ତ ତାଙ୍କୁ ଗୁଳିମାଡ କରିଥିଲେ। ଏହି ଆଶ୍ଚର୍ଯ୍ୟଜନକ ଘଟଣା ପରେ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ପ୍ରୟାଗରାଜରେ କିଛି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ ରହିଥିବା ବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଉଚ୍ଚ ସ୍ତରୀୟ ବୈଠକ କରି ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Share