ପ୍ରିନ୍ସ ଓ୍ବିଲିୟମ୍‌ଙ୍କ ଆଗରେ ପରେଡ୍‌ ବେଳେ ୩ ସୈନ୍ୟ ମୂର୍ଚ୍ଛାଗଲେ

ଲଣ୍ଡନ,୧୧।୬: ବ୍ରିଟେନରେ ଶନିବାର ସବୁଠୁ ଉତ୍ତପ୍ତ ଦିନ ଥିଲା। ଦିନର ତାପମାତ୍ରା ୩୦ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚତ୍ଥିଲା। ଏହି ସମୟରେ ପ୍ରିନ୍ସ ଓ୍ବିଲିୟମଙ୍କ ସମ୍ମୁଖରେ ସୈନ୍ୟମାନେ ପରେଡ୍‌ କରୁଥିବାବେଳେ ଅତ୍ୟଧିକ ଖରାରେ ୩ ସୈନ୍ୟ ମୂର୍ଚ୍ଛା ଯାଇଥିଲେ। କଲୋନେଲ୍‌ସ ରିଭ୍ୟୁ ନାମରେ ଉକ୍ତ ସେନା ପରେଡ୍‌ରେ ହାଉସହୋଲ୍ଡ ଡିଭିଜନ ଏବଂ ରୟାଲ ହର୍ସ ଆର୍ଟିଲେରିର ୧,୪୦୦ରୁ ଊର୍ଦ୍ଧ୍ୱ ସୈନ୍ୟ ଯୋଗ ଦେଇଥିଲେ। ପ୍ରଚଣ୍ଡ ରୌଦ୍ରତାପ ମଧ୍ୟରେ ସୈନ୍ୟମାନେ ପରେଡ୍‌ରେ ସାମିଲ ହୋଇଥିବାରୁ ଓ୍ବିଲିୟମ ଟୁଇଟ୍‌ କରି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜାଙ୍କ ଆନୁଷ୍ଠାନିକ ଜନ୍ମଦିନ ସ୍ବରୂପ ପ୍ରତିବର୍ଷ ମାର୍ଚ୍ଚରେ ବାର୍ଷିକ ସାମରିକ ପରେଡ୍‌ ଟ୍ରୁପିଙ୍ଗ୍‌ ଦି କଲର ଅନୁଷ୍ଠିତ ହୋଇଥାଏ। ଆସନ୍ତା ୧୭ ତାରିଖରେ କିଙ୍ଗ୍‌ ଚାର୍ଲସ ୩ୟ ଉକ୍ତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ। ଏଥିପାଇଁ ଶନିବାର ଚୂଡ଼ାନ୍ତ ରିହର୍ସାଲ ଚାଲିଥିଲା।

Share