ଓ୍ବାଟରଲୁ ବିଶ୍ୱିଦ୍ୟାଳୟରେ ଛୁରାମାଡ ୩ ଛାତ୍ର ଆହତ

ଟରଣ୍ଟୋ,୨୯।୬: କାନାଡାର ଓ୍ବାଟରଲୁ ସହରରେ ଏକ ବିଶ୍ୱବିଦ୍ୟାଳୟରେ ଛୁରାମାଡ ହୋଇଥିବା ଘଟଣା ଜଣାପଡିଛି। ଏଥିରେ ୩ ଛାତ୍ର ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି। ୱାଟରଲୁ ବିଶ୍ୱବିଦ୍ୟାଳୟର ଛାତ୍ର ୟୁସୁଫ କୟାମକ କହିଛନ୍ତି ଯେ କ୍ଲାସ ଚାଲଇଥିବା ସମୟରେ ଆକ୍ରମଣକାରୀମାନେ ଆକ୍ରମଣ କରିଥିଲେ। ବ୍ୟକ୍ତି ଜଣକ ଶ୍ରେଣୀ ଭିତରକୁ ଆସି ଶିକ୍ଷକଙ୍କୁ ସେ ଜଣେ ପ୍ରଫେସର କି ବୋଲି ପ୍ରଶ୍ନ ପଚାରିଥିଲେ। ସେ ହଁ କହିବାରୁ ଆକ୍ରମଣକାରୀ ଛୁରୀ ବାହାର କରି ଆକ୍ରମଣ କରିଥିଲେ। ଏହା ପରେ ସମସ୍ତେ କ୍ଲାସରୁ ପଳାୟନ କରିବା ଆରମ୍ଭ କରିଥିଲେ। ଛାତ୍ର ଜଣକ କହିଥିଲେ ଯେ କ୍ଲାସରେ ପ୍ରାୟ ୪୦ ଜଣ ପିଲାଥିଲେ।
ୱାଟରଲୁ ବିଶ୍ୱବିଦ୍ୟାଳୟ କହିଛି ଯେ ଏହି ଘଟଣା ପରେ ହେଗି ହଲରେ ବୁଧବାର ସାରେ ଧାର୍ଯ୍ୟ ହୋଇଥିବା କ୍ଲାସଗୁଡିକ ବାତିଲ କରାଯାଇଛି, କିନ୍ତୁ କ୍ୟାମ୍ପସରେ ଥିବା ଅନ୍ୟ ସମସ୍ତ କାର୍ଯ୍ୟ ସ୍ବାଭାବିକ ଭାବରେ ଜାରି ରହିଛି।

Share