Categories: ଜାତୀୟ

ସ୍ତ୍ରୀଙ୍କୁ ଗଣବଳାତ୍କାର ପରେ ତିନି ତଲାକ୍‌

ଲକ୍ଷ୍ନୌ,୩୦।୭: ଉତ୍ତର ପ୍ରଦେଶ ଗୋଣ୍ଡାରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ତାଙ୍କ ସ୍ବାମୀ ଓ ଦିଅର ବଳାତ୍କାର କରିବା ପରେ ତାଙ୍କୁ ଟ୍ରିପଲ୍‌ ତଲାକ୍‌ ଦେଇଛନ୍ତି। ଏ ନେଇ ପୀଡ଼ିତା ଅଭିଯୋଗ କରିବା ପରେ ଅଭିଯୁକ୍ତ ସ୍ବାମୀ ମହମ୍ମଦ ଆଦନାନଙ୍କୁ ପୋଲିସ ଗିରଫ କରିଛି। ଲକ୍ଷ୍ନୌ ବାସିନ୍ଦା ଆଦନାନ ଯୌତୁକ ପାଇଁ ନିଜ ସ୍ତ୍ରୀଙ୍କୁ ସବୁବେଳେ ମାଡ଼ମାରୁଥିଲେ। ମହିଳା ଜଣକ ଏଥିପାଇଁ ବାପଘରକୁ ଚାଲିଯାଇଥିଲେ। ମଙ୍ଗଳବାର ଆଦନାନ ନିଜ ସମ୍ପର୍କୀୟ ଭାଇଙ୍କୁ ଧରି ଶ୍ୱଶୁର ଘରେ ପହଞ୍ଚିଥିଲେ। ମହିଳା ଙ୍କୁ ଏକୁଟିଆ ଦେଖି ଦୁହେଁ ବଳାତ୍କାର କରିଥିବା ଏସ୍‌ପି ଆକାଶ ତୋମାର କହିଛନ୍ତି।

Share