Categories: ଖେଳ

ଅର୍ଜୁନ ତେନ୍ଦୁଲକରଙ୍କୁ କିଣିପାରନ୍ତି ଏହି ୩ ଟିମ୍‌, ଦେଖିବାକୁ ମିଳିପାରେ…

ନୂଆଦିଲ୍ଲୀ,୬।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୪ ସଂସ୍କରଣରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଖେଳିବାକୁ ଯାଉଛନ୍ତି। ସେ ୨୦୨୧ ଆଇପିଏଲ୍‌ ପାଇଁ ନାମ ପଞ୍ଜୀକୃତ କରିଛନ୍ତି। ନିକଟରେ ତାଙ୍କୁ ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ସମୟରେ ମୁମ୍ବାଇର ସିନିୟର ଟିମ୍‌ରେ ତାଙ୍କୁ ସାମିଲ କରାଯାଇଥିଲା। ସେ ହରିଆଣା ବିପକ୍ଷରେ ଡେବ୍ୟୁ କରିଥିଲେ। ଏବେ ଆଇପିଏଲ୍‌ରେ ସେ ନିଜ ନାମକ ପଞ୍ଜିକୃତ କରିଥିବା ବେଳେ କେଉଁ ଟିମ୍‌ ତାଙ୍କୁ କିଣୁଛି ତାହା ଦେଖିବାକୁ ବାକି ରହିଛି।

ଯେଉଁ ଟିମ୍‌ ଅର୍ଜୁନଙ୍କୁ ଦଳରେ ସାମିଲ କରିବ, ସେ ତିନୋଟି ପ୍ରମୁଖ ବିଷୟରେ ଚିନ୍ତା କରିପାରେ। ପ୍ରଥମଟି ହେଲା ତେନ୍ଦୁଲକର। କାରଣ ତାଙ୍କୁ ସାମିଲ କଲେ ଦଳର ଲୋକପ୍ରିୟତା ବଢ଼ିପାରେ। ଦ୍ୱିତୀୟଟି ହେଲା ସେ ବାମହାତୀ ଦ୍ରୁତ ବୋଲର୍‌, ସେ ନିମ୍ନକ୍ରମରେ ବ୍ୟାଟିଂ ମଧ୍ୟ କରନ୍ତି। ଏଣୁ ସେ ଦଳ ପାଇଁ ଯୁବ ଅଲରାଉଣ୍ଡର ସାବ୍ୟସ୍ତ ହୋଇପାରନ୍ତି। ତୃତୀୟଟି ହେଲା ଅର୍ଜୁନଙ୍କ ସହ ସଚିନ ମଇଦାନରେ ଉପସ୍ଥିତ ରହିଲେ ଦର୍ଶକଙ୍କ ଗ୍ୟାଲେରୀ ଭରପୂର ରହିବ। ତେବେ ତାଙ୍କୁ ବିଶେଷକରି ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର,ଚେନ୍ନାଇ ସୁପରକିଙ୍ଗ୍ସ କିଣି ପାରନ୍ତି ବୋଲି କୁହାଯାଉଛି।

Share