Categories: ଜାତୀୟ

ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୧୧।୫: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏଥିରେ ୩ଜଣ ଲଶ୍କର-ଏ-ତୋଇବାର ଆତଙ୍କବାଦୀଙ୍କୁ ନିହତ ହୋଇଛନ୍ତି। ଜିଲାର କୋକର୍ନାଗ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବିଷୟରେ ସୂଚନା ମିଳିଥିଲା। ଏହାକୁ ଭିତ୍ତି କରି ସୁରକ୍ଷା ବାହିନୀର ଏକ ମିଳିତ ଟିମ୍‌ ଏହି ଅଞ୍ଚଳକୁ ଅବରୋଧ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। କର୍ଡନ କଡାକଡି ହେବାରୁ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହା ପରେ ସୁରକ୍ଷା ବାହିନୀ ସାମ୍ନାକୁ ଆସି ତିନି ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିବାରେ ସଫଳ ହୋଇଥିଲେ।
ଏହାପୂର୍ବରୁ ଶୋପିୟାନ ଜିଲାରେ ଗତ ମେ ୬ ରେ ହୋଇଥିବା ଏକ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ସମୟ ମଧ୍ୟରେ ଜଣେ ଆତଙ୍କବାଦୀ ମଧ୍ୟ ଆତ୍ମସମର୍ପଣ କରିଥିଲେ।

Share