Categories: ଜାତୀୟ

ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୮।୪: ଜମ୍ମୁ-କଶ୍ମୀରର ଶୋପିଆନ ଜିଲାରେ ଗୁରୁବାର ସୁରକ୍ଷା ବଳ ସହ ଗୁଳି ବିନିମୟ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୋପିଆନ ସହରର ଜନ ମୋହଲ୍ଲାରେ ଏହି ଏନ୍‌କାଉଣ୍ଟର ଘଟିଛି। ଆତଙ୍କବାଦୀ ସଂଗଠନ ଅନସର ଗଜଓ୍ବାତ୍‌-ଉଲଥ-ହିନ୍ଦ୍‌ର ଶୀର୍ଷ କମାଣ୍ଡର ସୁରକ୍ଷା ବଳ କବ୍‌ଜାରେ ଥିବା ଜଣାପଡ଼ିଛି। ଉକ୍ତ ସଂଗଠନ ଜମ୍ମୁ-କଶ୍ମୀରରେ ପାକିସ୍ତାନର ଜୈଶ-ଇ-ମହମ୍ମଦକୁ ଆତଙ୍କବାଦୀ କାର୍ଯ୍ୟରେ ସହାୟତା କରିଥାଏ।

Share