Categories: ଜାତୀୟ

ଟଳି ପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୨୨।୩: ଜମ୍ମୁ କଶ୍ମୀରରେ ସୋମବାର ଏକ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୋପିଆନ୍‌ ମନିହାଲରେ ହୋଇଥିବା ଏହି ଏନକାଉଣ୍ଟରରେ ନିହତ ନିହତ ଆତଙ୍କବାଦୀମାନେ ଲଶ୍କର-ଏ-ତାଇବା ସହିତ ଜଡିତ ଥିଲେ। ଏଥିସହ ଆଉ ଦୁଇଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀମାନେ ଘେରି ରହିଛନ୍ତି। ମନିହାଲରେ ଆତଙ୍କବାଦୀ ଥିବା ସୂଚନା ମିଳିବା ପରେ ସୁରକ୍ଷା କର୍ମୀମାନେ ସେଠାରେ କଡ଼ା ନଜର ରଖି ଏନକାଉଣ୍ଟର କରିଥିଲେ। ସୂଚନାଯୋଗ୍ୟ, ଗତ ସପ୍ତାହରେ ଶୋପିଆନର ରାୱଲପୋରାରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜୈଶ କମାଣ୍ଡର ସଜାଦ ଆଫଗାନିଙ୍କୁ ନିହତ ହୋଇଥିଲେ।

Share